ଜୟ ଓଡ଼ିଶା ରେଜ୍‌ ଫାଉଣ୍ଡେସନ୍‌ ଦ୍ୱାରା ‘ଧନ୍ୟବାଦ କରୋନା ଯୋଦ୍ଧା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦୀର୍ଘ ୨ ବର୍ଷ ଧରି ମାନବ ସମାଜ କରୋନାର ମୂଳୋତ୍‌ପାଟନ ପାଇଁ ଲଢେଇ ଜାରି ରଖିଛି । ତେବେ ଏହି ଲଢେଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଦିନରାତି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ । ଏହି କର୍ମଚାରୀମାନେ ପ୍ରଥମ ଦିନରୁ ନିଜର ଜୀବନକୁ ବାଜି ଲଗାଇ ସହରବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଯତ୍ନବାନ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଏଣୁ ଭୁବନେଶ୍ୱରର ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସମ୍ମାନିତ କରି କୃତଜ୍ଞତା ଜଣାଇବା ପାଇଁ ଜୟ ଓଡ଼ିଶା, ରେଜ୍‌ ଫାଉଣ୍ଡେସନ ସହ ମିଶି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧୨ ନଭେମ୍ବର ଦିନ ଗାଡ଼କଣ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଟୀକାକରଣରେ ସାମିଲ୍‌ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପହାର ଦେଇ ନିରନ୍ତର ସେବା ପାଇଁ ଧନ୍ୟବାଦ ଜଣାଇବା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.