କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର କୋମନା ବ୍ଲକ ଆଗ୍ରେନ ଗାଁ ନିକଟ ଛତା ସଂରକ୍ଷିତ ଜଙ୍ଗଲରେ ଗତ ୪ ଦିନ ହେଲା ୧୧ଟି ହାତୀ ଦଳ ଅଛନ୍ତି । ରାତିରେ ଆଗ୍ରେନ ଗାଁର ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅମଳକ୍ଷମ ଧାନକୁ ଖାଇ ଦଳିଚକଟି ଦେଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କୋମନା ବନ ବିଭାଗ ଜଣାଇଛି । ହାତୀକୁ ସୁରକ୍ଷା ଦେବା ପାଇଁ ଏଲିଫେଣ୍ଟ ସ୍ୱାର୍ଡ ଓ ପାରା ଫରେଷ୍ଟ ଷ୍ଟାପ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.