ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରରେ ଶୀତର ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ଗତକାଲି ରାତିରେ ସହରର ଅନେକ ସ୍ଥାନରେ ଅବହେଳିତ ଅବସ୍ଥାରେ ରହିଥିବା ଅସହାୟ ନିରୀହ ଲୋକଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କମ୍ବଳ ବଣ୍ଟନ କରାଯାଇଛି ।

ଏଥିରେ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ସୁଶାନ୍ତ ପଟେଲ, ସବ୍ୟସାଚୀ ପାଣିଗ୍ରାହୀ, ସନ୍ଦିପ ବାଗ, ବିଜୟ ମେହେର, ଶ୍ୟାମ ସୁନ୍ଦର ଗହୀର, ସହଦେବ ନାଗ, ଲିଙ୍କନ ସେଠ, ନିତ୍ୟାନନ୍ଦ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.