ତ୍ରିବେଣୀ ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରୟାଗ ରାଜ ତୀର୍ଥକ୍ଷେତ୍ରର ତ୍ରିବେଣୀ ସଙ୍ଗମ ସ୍ଥଳି ଗଙ୍ଗାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତୀମା ପୁରୋହିତ ତାଙ୍କର ସ୍ଵର୍ଗୀୟ ପିତା ରାଧେଶ୍ୟାମ ପୁରୋହିତଙ୍କ ଅସ୍ଥି ବିସର୍ଜନ କ୍ରିୟାକର୍ମ ଗତ କାଲି ସମାପନ କରିଛନ୍ତି । ଅସ୍ଥି ବିସର୍ଜନ କ୍ରିୟାକର୍ମରେ ଶ୍ରୀ ପୁରୋହିତଙ୍କ ବଡ଼ଭାଇ ଗିରିଧାରି ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟଶ୍ରୀ ପୁରୋହିତ ମଧ୍ୟ ସାମିଳ ହୋଇଥିଲେ । ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପୁରୋହିତଙ୍କୁ ଉତ୍ତର ପ୍ରଦେଶ କିଶାନ ମୋର୍ଚ୍ଚାରର ପ୍ରାନ୍ତୀୟ ଅଧକ୍ଷ କାଶୀନାଥ ତିୱାରୀ ନେତୃତ୍ଵରେ କିଶାନ ମୋର୍ଚ୍ଚା ତରଫରୁ ଶ୍ରୀ ପୁରୋହିତକୁ ପ୍ରୟାଗରାଜ ସର୍କିଟ ହାଉସରେ ସମର୍ଦ୍ଧିତ କରାଯାଇଥିଲା । ପ୍ରୟାଗରାଜରୁ ବିନ୍ଧ୍ୟାଂଚଲ ବିନ୍ଧ୍ୟ ବାସିନୀଙ୍କ ମନ୍ଦିର ଦର୍ଶନ କରିଯିବା ବାଟରେ ମିର୍ଜାପୁର କିଶାନ ମୋର୍ଚ୍ଚାର ଜିଲ୍ଲା ସଭାପତି ଦିନେଶ ସିଂ ଓ କ୍ଷତ୍ରୀୟ ସାଧାରଣ ସଂପାଦକ ଜନ୍ମେଜୟ ମିଶ୍ରଙ୍କ ନେତୃତ୍ଵରେ ଶ୍ରୀ ପୁରୋହିତଙ୍କୁ ଅଟଳ ଛକରେ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ପୁରୋହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ମାଁ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିଥିଲେ ।

Leave A Reply

Your email address will not be published.