lika

ମ.ରାମପୁରରେ କଂଗ୍ରେସର ବନ୍ଦ ସଫଳ

gbag

ମ.ରାମପୁର, (ହେମନ୍ତ ସାହୁ) : ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଦିଆଯାଇଥିବା ୬ଘଣ୍ଟିଆ ବନ୍ଦ ଡାକରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାଖୁଡ଼ ଏବଂ ମ.ରାମପୁର ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ କାର୍ଯ୍ୟକ୍ରମରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ସମୂହ ବନ୍ଦ ରହିଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମ.ରାମପୁର ଯୁବ କଂଗ୍ରେସ ସଭାପତି ରଶ୍ମିରଞ୍ଜନ ପ୍ରହରାଜ, ଆଦିବାସୀ ନେତା ପ୍ରକାଶ ମାଝୀ, ମହିଳା କଂଗ୍ରେସ ସଭାପତି ମାହେନ୍ଦ୍ରୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଚମରା ବଗର୍ତ୍ତି, ଯଶୋଦା ନାଗ, କଂଗ୍ରେସ କର୍ମୀ ରାଧାକାନ୍ତ ସାହୁ, ଲବୀର ଭୋଇ, ଲୁବେନ ସାହୁ, କିଶୋର ମହାନନ୍ଦ, ସୁବାଶିନୀ ପାତ୍ର, ଟୁକୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଜନସାଧାରଣଙ୍କ ସ୍ୱତଃ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ମହାକୁଡ ।

sandip
Leave A Reply

Your email address will not be published.