csstore

ଚଲନାରେ ଗିରିଗୋବର୍ଦ୍ଧନ ଗୋଷ୍ଠା ଅଷ୍ଟମୀ ପୂଜା ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ଗ୍ରାମ ବଜାର ପଡିଆ ଠାରେ ଗିରିଗୋବର୍ଦ୍ଧନ ଓ ଗୋଷ୍ଠା ଅଷ୍ଟମୀ ପୂଜା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶତାଧିକ ମହିଳା ଏଥିରେ ସାମିଲ ହୋଇ ସ୍ଥାନୀୟ ପୋଖରୀରୁ ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଅଭିରାମ ଛାତ୍ରୀଆ ଓ ସପତ୍ନୀ ଯେମନୀ ଛାତ୍ରୀଆ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୂଜକ ଦାୟୀତ୍ୱରେ ଈଶ୍ୱର ପଣ୍ଡା, ଅରବିନ୍ଦ ଠାକୁର ପ୍ରମୁଖ କାର୍ଯ୍ୟ ନିର୍ବାହ କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନା କମିଟିର ତ୍ରିନାଥ ଛାତ୍ରୀଆ, କୈତୁକ କାଣ୍ଡ, ନୀଳାଚଳ ଗହୀର, ଘନ ଛାତ୍ରୀଆ, କୁଶ ବଛା, ଚୈତ ବାଗ, ଜୟରାମ ବାଗ, ଗଜିନ୍ଦ୍ର ହଂସ, ଡମ୍ବରୁ ଜାଲ, କାର୍ତିକ ନାଗ, ବୁଟି ହଂସ, ଟିକେରାମ ଗହୀର, କେଶବ ଜାଲ, ଚିତ୍ରସେନ ଗହୀର, କୃଷ୍ଣ ହଂସ, ଦେବେନ ବଗର୍ତ୍ତି, ଅମର ହଂସ, ଯୌବନ ଗହୀର, ନେପାଳ ବଛା, ତୁଳରାମ ଜାଲ, ଟିକେ ଛାତ୍ରୀଆ, ଗଣେଶ ବଗର୍ତ୍ତି ପ୍ରମୁଖ ଦାୟୀତ୍ୱ ନିର୍ବାହ କରୁଛନ୍ତି । କାର୍ଯ୍ୟକ୍ରମ ଆସନ୍ତା ରବିବାର ଉଦଯାପିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.