csstore

କଂଗ୍ରେସ ପକ୍ଷରୁ ପଦ୍ମପୁର ସହରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମମିତା ମେହେର ହତ୍ୟାକାଣ୍ଡରେ ଲିପ୍ତଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବରଖାସ୍ତ କରିବା ଦାବୀରେ ଆଜି ପଦ୍ମପୁର, ପାଇକମାଲ, ଝରବନ୍ଧରେ କଂଗ୍ରେସ ସପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି । ସହରର ଅନେକ ଦୋକାନ ବଜାର ବନ୍ଦ ଥିବା ସହ ଗାଡି ମଟର ଚଳାଚଳ ବନ୍ଦ ଥିବା ବେଳେ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ଥିବାର ଦେଖିବାକୁ ମିଳିଛି । ଶାନ୍ତିପୂର୍ଣ୍ଣ ଭାବରେ ପଦ୍ମପୁର ସହରର ମୁଖ୍ୟ ଭେଉଁରିଆ ଛକରେ କଂଗ୍ରେସ କର୍ମୀ ମାନେ ପ୍ରତିବାଦ କରି ବନ୍ଦ ପାଳନ କରିଥିଲେ । ପଦ୍ମପୁର ସହରରେ ବନ୍ଦ ପାଳନରେ ବ୍ଲକ କଂଗ୍ରେସ ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ନେତା ଗୌନ୍ତିଆ ସାହୁ, ସନ୍ତୋଷ ଶତପଥୀ, ଦିଲିପ କୁମାର ଦାନୀ, ଗଜାନନ୍ଦ ସାହୁ, ଚିନ୍ତାମଣି ସାହୁ, ରାଧାବଲ୍ଲଭ ପାଣିଗ୍ରାହୀ, ଜୟନ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ୱାଳଙ୍କ ନେତୃତ୍ୱରେ ପାଇକମାଲ ଛକରେ ବନ୍ଦ କରାଯାଇଥିଲା ।

jayashree
Leave A Reply

Your email address will not be published.