ଗର୍ଭଣାଠାରେ ନିଶୁଳ୍କ ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣାଠାରେ ମାଗଣା ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର ଆଜି ଆୟୋଜିତ ହୋଇଯାଇଛି । ଶିବିରକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ସାହୁଙ୍କ ଉପସ୍ଥିତିରେ ଡାକ୍ତର ନିଶାନ୍ତ ଦେବତା, ଡାକ୍ତର ରକେଶ ଗୋୟଲ, ଡାକ୍ତର ଶୁଶିଲ କର, ଡାକ୍ତର ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଚିକିତ୍ସା କରିଥିଲେ । ଲାୟନ୍ସ କ୍ଲବ ସଭାନେତ୍ରୀ ଅନୀତା ଲାଠଙ୍କ ତତ୍ବାବଧାନରେ କ୍ଲବର ସଭ୍ୟସଭ୍ୟାମାନେ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.