ନିଜ ବାପାର ତଣ୍ଟି ଚିପି ମାରି ଦେଲା ପୁଅ : ଅଭିଯୁକ୍ତ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବାପା ମାଁ ନିଜ ଜନ୍ମ ଦେଇଥିବା ପୁଅ ଝିଅର ଭବିଷ୍ୟତର ପ୍ରତି କେତେ ଯେ ସ୍ୱପ୍ନ ଦେଖିଥାନ୍ତି ଏବଂ ତାଙ୍କର ଭବିଷ୍ୟତ ପାଇଁ କେତେ ଯେ କଠୋର ପରିଶ୍ରମ କରି ପୁଅଝିଅ ମାନଙ୍କୁ ଛୋଟରୁ ବଡ଼ କରି ମଣିଷ କରିଥାନ୍ତି । ହେଲେ ଶେଷରେ ରକ୍ତ ସମ୍ପର୍କକୁ ଭୁଲି ପୁଅ ନିଜ ବାପାଙ୍କୁ ତଣ୍ଟି ଚିପି ମାରି ଦେଇଥିବା ଏକ ଅମାନୁଷିକ ଘଟଣା ଘଟିଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଘାଗୁର୍ଲି ଗ୍ରାମର ବୈକୁଣ୍ଠ ମାଝୀ ଗତକାଲି ରାତି ଆଠଟାରେ ନିଜ ଘର ପିଢ଼ା ଉପରେ ବସିଥିଲେ । ତାଙ୍କର ମଝିଆ ପୁଅ (ମହେଶ୍ୱର ମାଝୀ) ରାତିରେ ମାତାଲ୍ ଅବସ୍ଥାରେ ଘରକୁ ଫେରିଥିଲେ । ତାଙ୍କ ପାରିବାରିକ କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଅଭିଯୁକ୍ତ ମହେଶ୍ୱର ମାଝୀ ଉତ୍ୟକ୍ତ ହୋଇ ତାଙ୍କ ବାପା ବୈକୁଣ୍ଠଙ୍କୁ ତଣ୍ଟି ଚିପି ଦେଇଥିବା ବେଳେ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ବେଲପଡା ଡାକ୍ତର ଖାନାକୁ ଆଣିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଘଟଣାର ଖବର ପାଇ ବେଲପଡା ଥାନା ଅଧିକାରୀ କୁଳୁମୁଣ୍ଡା ଓ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହେଶ୍ୱର ମାଝୀଙ୍କୁ ଗରିଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.