ଜଗନ୍ନାଥ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ  : ମହିମୁଣ୍ଡାକୁ ୪-୨ରେ ହରାଇ ଦେଓଗାଁ ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ଡଙ୍ଗାଘାଟକୁ ହରାଇ ମହୀମୁଣ୍ଡା ଦଳ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ଲୁଚକିବନ୍ଦ ଦଳକୁ ହରାଇ ଦେଓଗାଁ ଦଳ ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚ ମହିମୁଣ୍ଡା ବିପକ୍ଷରେ ଦେଓଗାଁ ଦଳ ଟ୍ରାଇବ୍ରେକର୍ ସହାୟତାରେ ୪-୨ ଗୋଲରେ ବିଜୟ ଲାଭ କରି ଚାମ୍ପିଅନ ହୋଇଛି । ଆଜିର ଖେଳକୁ ରିତୁ ବୁଡେକ୍ ପରିଚାଳନା କରିଥିବା ବେଳେ ଶଶୀ ବେହେରା, ବିଧାନ ସେଠ୍ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର୍ ରାଉତ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟମୀ ଭୋଇ, ଏଲଆଇସି ଏଜେଣ୍ଟ ଲକ୍ଷ୍ମୀପ୍ରସାଦ ମେହେର, ରାଜ ପ୍ରତାପ ସିଂ ଦେଓ, ଶୈଳେନ୍ଦ୍ର ସାହୁ, ଛବିଳ ମାଝି ପ୍ରମୁଖ ଯୋଗ ଦେଇଥିଲେ । ଫୁଟବଲ ପ୍ରତିଯୋଗିତା କମିଟିର ରାକେଶ ଗଡାତ୍ୟା, ଖ୍ୟମାନିଧି ବେହେରା, ସୁମନ୍ତ ଶାଣ୍ଡ, ସୁକାନ୍ତ ପୁଟେଲ, ଜିବାନନ୍ଦ ବୁଦ୍ଧିଆ, ଅମିତ ଗଡ଼ତ୍ୟା, ସିଦ୍ଧାନ୍ତ ଜେନା, ପ୍ରଦୀପ ବଗର୍ତ୍ତି ସହ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.