pakka

ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ତେଲ ଟାଙ୍କିରୁ ନଳକୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଉଷା ଫିଲିଙ୍ଗ ଷ୍ଟେସନ ଇଣ୍ଡିଏନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ତେଲ ଟାଙ୍କିରେ ନଳ କୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ବେଳେ ମାଲିକଙ୍କ ହାତରେ ଧରାପଡ଼ି ଜେଲ ଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଲାଠୋର ହନୁମାନ ମନ୍ଦିର ନିକଟ ଅଶୋକ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପରେ ପିପଲବାହାଲ ଗ୍ରାମର କାମ କରୁଥିବା ଦୁଇ ଜଣ କର୍ମଚାରୀ ସମୀର ସେଠ ଏବଂ ପ୍ରବୀର ମେହେର ପେଟ୍ରୋଲ ଟାଙ୍କିରେ ହେଣ୍ଡ ପମ୍ପ ଲଗାଇ ଦୀର୍ଘ ୨ବର୍ଷ ହେବ ଦୈନିକ ୪୯ରୁ ୫୦ ଲିଟର ପେଟ୍ରୋଲ ଚୋରି କରି ବେନ୍ଦେର ଗ୍ରାମର ରୁଦ୍ରଦେବ ପ୍ରଧାନ ଠାରେ ଲିଟର ପିଛା ୮୫ ଟଙ୍କା ଦରରେ ବିକ୍ରୟ କରୁଥିଲେ । ସେହି ଟଙ୍କାରେ ସେମାନେ ଏକ ଛୋଟା ହାତୀ ଚାରିଚକିଆ ଯାନ ନଂ ଓଡି ୨୬ ଇ ୮୬୫୪ ଏବଂ ଏକ ଆପାଚି ବାଇକ୍ ଓଡି ୦୩ ୟୁ ୯୮୩୬ କିଣି ତାଙ୍କର ବ୍ୟବସାୟ ଚଳାଇଥିଲେ । ପ୍ରତି ମାସରେ ମାଲିକଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଥିଲା । ରବିବାର ରାତି ମାଲିକ ନିଜ ଘରେ ଥାଇ ପେଟ୍ରୋଲ ପମ୍ପ ଲାଇଭ ସିସିଟିଭି ଫୁଟେଜ ଦେଖି ସନ୍ଦେହ କରି ମ୍ୟାନେଜରଙ୍କୁ ଫୋନ କରି ଚେକ୍ କରିବା ପାଇଁ କହିଥିଲେ ମ୍ୟାନେଜର ଚେକ୍ କଲା ବେଳକୁ ଦୁଇ ଜଣ ଅଭିଯୁକ୍ତ ମ୍ୟାନେଜରଙ୍କ ଭୟରେ ଘଟଣା ସ୍ଥଳରେ ହେଣ୍ଡପମ୍ପ ଛାଡ଼ି ଦୌଡି ପଲାଇ ଯାଇଥିଲେ । ମ୍ୟାନେଜର ମାଲିକଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ କଲାପରେ ମାଲିକ ଅଶୋକ ଅଗ୍ରୱାଲ ଲାଠୋର ଥାନାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଲାଠୋର ଥାନା କେଶ ନଂ.୧୫୨ରେ ଦଫା, ୩୮୧, ୪୧, ୪୧୪ ଓ ୩୪ ଆଇପିସିରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

20 − 14 =

error: Content is protected !!