pakka

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ୍‌କୁ ବଡ ଝଟ୍‌କା : ରୁପିନ୍ଦର କୌର ରୁବି ଛାଡିଲେ ପାର୍ଟି

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ବାକି ରହିଛି । ଏହି ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟବାସୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି । ତଥାପି ପଞ୍ଜାବରେ ତାଙ୍କୁ ଏକ ବଡ ଝଟ୍‌କା ଲାଗିଛି । ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମହିଳା ନେତା ତଥା ଦଳର ବିଧାୟକ ବାଟିଣ୍ଡାର ରୁପିନ୍ଦର କୌର ରୁବି ଆପ୍‌ର ପ୍ରାରମ୍ଭିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି । ବାଟିଣ୍ଡା ବିଧାୟକ ରୁପିନ୍ଦର କୌର ରୁବି ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଲେଖିଛନ୍ତି, “ଶ୍ରୀ ଅରବିନ୍ଦ କେଜ୍ରିୱାଲ ଜୀ କନଭେନର, ଏଏପି ଏବଂ ଭଗବଂତ ମାନ ଜୀ … ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ତୁରନ୍ତ ଆମ୍ ଆଦମୀ ପାର୍ଟିର ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ । ଧନ୍ୟବାଦ । ରୁପିନ୍ଦର କୌର ରୁବି ।”

Leave A Reply

Your email address will not be published.

three + 10 =