jayashree

ବ୍ରହ୍ମପୁର ସହରକୁ ରିଙ୍ଗ୍ ରୋଡ୍ ସଂଯୋଗ ସକାଶେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

  • ରିଙ୍ଗରୋଡ଼ ନିମନ୍ତେ ୨୦.୭୧ କୋଟି ଟଙ୍କା ଅନୁଦାନ
  • ଟ୍ରାଫିକ୍ ସମସ୍ୟାରେ ଅନେକ ସୁଧାର ଆସିବ – ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଚତୁଃପାର୍ଶ୍ବରେ ରିଙ୍ଗ୍ ରୋଡ୍ ନିର୍ମାଣ ସକାଶେ ସହରବାସୀଙ୍କର ଅନେକଦିନର ଦାବୀ ପୂରଣ ହେବାକୁ ଯାଉଛି, ବୋଲି କୁହାଯାଏ । ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁର ଉପକଣ୍ଠ କୁସୁମୀଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଭୂମି-ପୂଜନ କରି ଏହି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜାତୀୟ ରାଜପଥ ଏନ୍‌ଏଚ୍‌-୧୬ ଠାରୁ ୫.୧୯ କିଲୋମିଟର ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ୨୦.୭୧ କୋଟି ଟଙ୍କା ବିନିଯୋଗ ହେବ ବୋଲି କୁହାଯାଏ । ଜନସାଧାରଣଙ୍କ ଯାତାୟତ ଦିଗରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇ ପାରିବ । ରିଙ୍ଗ-ରୋଡ୍ ନିର୍ମାଣ ହେବାଦ୍ୱାରା ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟା ଅନେକାଂଶରେ ସୁଧାର ଆସିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ମହୁଡା, କୁମାରପୁର, କୁସୁମୀ, ଗୋବିନ୍ଦପୁର-୧, ଗୋବିନ୍ଦପୁର-୨, ମନୋହରା, ମଦନ ମୋହନ ଗ୍ରାମଗୁଡିକ ଦେଇ ଏହି ରାସ୍ତା ନିର୍ମାଣ ହେବ ବୋଲି କୁହାଯାଇଛି । ଏହି ରିଙ୍ଗ୍ ରୋଡ୍‌ରେ ୧୦୦୦ମିଟର ରେଲଓ୍ବେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବ । ଏହି ଭୂମି-ପୂଜନ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ. କୀର୍ତ୍ତି ଓ୍ବାସନ୍, କୁକୁଡା ଖଣ୍ଡି ତହସିଲଦାର୍ କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡି ବିଭାଗ ନଂ-୧ର ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ବହୁ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.