ସ୍ଵଚ୍ଛ ଭାରତ ଅଭିଯାନ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳାରେ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଅଧ୍ୟକ୍ଷତା ବେଳେ ପୁରୀ ଜିଲ୍ଲା ଜଳ ଓ ପରିମଳ ବିଭାଗର ମାଷ୍ଟର ଟ୍ରେନର ଶ୍ରୀପତି ମହାପାତ୍ର, ମିଶନ ଶକ୍ତି ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ମଣ୍ଡଳ କନିଷ୍ଠ ଯନ୍ତ୍ରୀ ସ୍ଵାଗତୀକା ପ୍ରଧାନ ଓ ମଣ୍ଡଳ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ଵର ମହାରଣା ପ୍ରମୁଖ ଯୋଗଦେଇ ଡେଲାଙ୍ଗ ବ୍ଲକ ଅଧିନସ୍ଥ ୨୧ଟି ପଞ୍ଚାୟତରେ ସ୍ୱଚ୍ଛତା ଓ ପରିମଳ ଅଭିଯାନକୁ ସଫଳ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ବିଭାଗୀୟ ଅଧିକାରୀ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ, ଗ୍ରାମ ରୋଜଗାର ସେବକଙ୍କ ସମେତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, କୁନୀମଣି ରାଉତରାୟ, ଲକ୍ଷ୍ମୀଧର ବେହେରା, ପ୍ରସନ୍ନ ଜେନା, ବାଲୁଙ୍କେଶ୍ଵର ମହାପାତ୍ର, ରତ୍ନାକର ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ଜେନା, ନରେନ୍ଦ୍ର ପରିଡା ପ୍ରମୁଖଙ୍କ ସହ ମିଶନ ଶକ୍ତି ମହାସଂଘ ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.