pr

ସ୍କୁଲରେ ପଡିଲା ତାଲା : ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବୀ କଲେ ଗ୍ରାମବାସୀ, ଏବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ତାହା ସଠିକ ଭାବେ ଖର୍ଚ୍ଚ ହୋଇପାରୁ ନାହିଁ ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ବେଳେ ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବୀରେ ସ୍କୁଲରେ ତାଲା ପକାଇବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଜୁରାବନ୍ଦ ପଞ୍ଚାୟତ ଖମଗଡା ଗାଁରେ । ସୂଚନା ମତେ ଉକ୍ତ ଗ୍ରାମର ସ୍କୁଲରେ ଦୀର୍ଘ ୧୨ ବର୍ଷରୁ ଅଧିକ ହେବ ପ୍ରଧାନ ଶିକ୍ଷକ ଭାବେ ଚୌତନ୍ୟ ମଲ୍ଲିକ କାର୍ଯ୍ୟରତ ଅଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟତିକ୍ରମ ଦେଖା ଦେଇଥିବା ସହ ସ୍କୁଲକୁ ଆସୁଥିବା ଅନୁଦାନ ରାଶି ଠିକ୍‌ ଭାବରେ ବିନିଯୋଗ ହେଉ ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏଭଳି ଅନେକ ସମସ୍ୟା ରହିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବା ପାଇଁ ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ଖବର ପାଇବା ପାଇଁ ଘଟଣା ସ୍ଥାନରେ ଏବିଇଓ ନାରାୟଣ ଭୋଇ ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ପ୍ରଧାନ ଶିକ୍ଷକ ବଦଳି ଦାବୀକୁ ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଏଥିରେ ସିପୁନ ଖମାରୀ, ପିତବାସ କୁମୁରା, ପଦ୍ମଚରଣ ମଲ୍ଲିକ, ନିମାଇଁ ଚରଣ ସାହାଣି, ଅର୍ଜୁନ ବାଗ, ଭୋଜରାଜ ଧରୁଆ, ଜାମା ଧରୁଆ, କେଶରି ବିନ୍ଧାଣି, ତରଣି ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.