ସୁରେଶ୍ୱରୀଙ୍କ ଯଜ୍ଞ ମଣ୍ଡପରେ ଶାରଦୀୟ ଶାକ୍ତଯଜ୍ଞ ମହୋତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ଯଜ୍ଞ ମଣ୍ଡପରେ ଶାରଦୀୟ ଶାକ୍ତଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ସମେତ ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ୧୬ଜଣ ପଣ୍ଡିତ ଶାକ୍ତ ଆରଧନା ପୂର୍ବକ କାଳରାତ୍ରୀ ଦେବୀ ଚଣ୍ଡୀଙ୍କ ଏହି ମହାଯଜ୍ଞରେ ସମୂହ ଦେବୀସ୍ତ୍ରୋତ୍ର ପାଠ କରିଥିଲେ । କାର୍ତ୍ତିକ ଶୁକ୍ଲ ଦ୍ବିତୀୟା ତିଥିର ତ୍ରିସଂଧ୍ୟାରୁ ଦେବୀଙ୍କ ଆବାହନ, ସଂସ୍ଥାପନ, ପୂଜନ, ହବନ, ମନ୍ତ୍ରପାଠ ସହ ବହୁ ସମୀଧ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂଗମ ଆଳତୀ ସଂଗଠନର ମୁଖ୍ୟ ଆବାହକ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶାକ୍ତଯଜ୍ଞରେ ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଜଗତଜନର ମଂଗଳ ପାଇଁ ଦେବୀ ସୁରେଶ୍ୱରୀଙ୍କୁ ପ୍ରାର୍ଥନା କରିବା ସହ ଦେବୀକୃପା ଲାଭ କରିଥିଲେ ।

Leave A Reply

Your email address will not be published.