csstore

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାଷ୍ଟ୍ରୀୟ ମହିଳା ଆୟୋଗର ମିଳିତ ଆନୁକୂଲ୍ୟରେ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭାଗୃହଠାରେ ରାଷ୍ଟ୍ରୀୟ ମହିଳା ଆୟୋଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିରଙ୍କ ମିଳିତ ସହଯୋଗରେ ଘରୋଇ ହିଂସା ଏବଂ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଦେବାଶିଷ ଦାଶ ସ୍ୱାଗତ ଭାଷଣ ଦେବା ସହ ପ୍ରାଧିକରଣ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ପ୍ରାଧିକରଣ ଦ୍ୱାରା ମନୋନୀତ ମହିଳା ଆଇନଜୀବୀ କୁମାରୀ ମଂଜୁଶ୍ରୀ ଭୋଇ ଏବଂ କୁମାରୀ ଜାଜ୍ଞସେନୀ ମହାନନ୍ଦ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ସମ୍ବିଧାନରେ ପ୍ରଣୀତ ବିଭିନ୍ନ ବିଚାର ବିଭାଗୀୟ ଧାରା ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ମନରେ ଉପୁଜୁ ଥିବା ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବା ସହ ପ୍ରଶ୍ନଗୁଡିକର ସମାଧାନ ସାବଲୀଳ ଢଙ୍ଗରେ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଆଇନଜୀବୀ ପ୍ରବୀଣ ତ୍ରିପାଠୀ, ଅଭିଶେକ ମୋଦୀ ଏବଂ କୁଶଳ ପଟେଲ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମହିଳା ଅଧିକାରୀ, କର୍ମଚାରୀ, ମହିଳା ସରପଞ୍ଚ ଆଦି ଯୋଗ ହୋଇଥିଲେ । କାର୍ଯ୍ୟକ୍ରମର ପରିଶେଷରେ କୋର୍ଟ ମ୍ୟାନେଜର ଶ୍ରୀମତୀ ପ୍ରିତିରାଣୀ ନାଗ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.