୧୮୯ ବାଟାଲିୟନ ତରଫରୁ ଔଷଧିୟ ଉଦ୍ୟାନ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ମୁଖ୍ୟକାର୍ଯ୍ୟାଳୟଠାରେ ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଔଷଧିୟ ଉଦ୍ୟାନ ସ୍ଥାପିତ ହୋଇଯାଇଛି । ଏହି ଉଦ୍ୟାନରେ ସ୍ୱାସ୍ଥ୍ୟ ସମଦ୍ଧୀୟ ଲାଭ ଦାୟକ ସ୍ୱଦେଶୀୟ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଏହି ଉଦ୍ୟାନ ସ୍ଥାପନାରେ ଦେଶର ବିଭିନ୍ନ ରାଜ୍ୟର ବାଟାଲିୟନ କର୍ମୀମାନେ ତାଙ୍କର ଅତୁଳନୀୟ ସହଯୋଗ କରିଛନ୍ତି । ସିଆର୍‌ପିଏଫ୍‌ ଜବାନମାନେ ନିଜ ନିଜ ରାଜ୍ୟ, ଗ୍ରାମ, ଗୃହରେ ବିଭିନ୍ନ ସ୍ଥାନରେ ମିଳୁଥିବା ଔଷଧିୟ ଗୁଣ ଯୁକ୍ତ ବୃକ୍ଷ ରୋପଣ କରିବା ସହିତ ତାର ଉପଯୁକ୍ତ ଧ୍ୟାନ ନେଇ ବୃକ୍ଷଗୁଡିକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏହି ଅବସରରେ କମାଣ୍ଡେଣ୍ଟ ୧୮୯ ବାଟାଲିୟନ ପବନ କୁମାର ତିବାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାରା ଦେଶରେ ଥିବା ଔଷଧିୟ ବୃକ୍ଷ ଏହି ଉଦ୍ୟାନରେ ମିଳିପାରିବ । ଏହି ଅବସରରେ ସେ ସବୁ ବାଟାଲିୟନ କର୍ମୀମାନଙ୍କୁ ବୃକ୍ଷ ନିଜ ନାମପଟ୍ଟ ସହିତ ଲଗାଇବାକୁ କହିଥିଲେ । ଏହି ଅବସରରେ ପିତବାସ ପଣ୍ଡା, ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ତଥା ବିନେଦ କୁମାର ଟଣ୍ଡନ ୧୮୯ ବାଟାଲିୟନ ଉପକମାଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.