ବ୍ୟାପକ ବୃକ୍ଷ ରୋପଣ ପାଇଁ ସବୁଜ ଡେଲାଙ୍ଗ ଟ୍ରଷ୍ଟକୁ ସହଯୋଗର ହାତ ବଢ଼ାଇଲେ ଡେଲାଙ୍ଗ ବନପାଳ ପୂର୍ଣ୍ଣଚନ୍ଦ୍ର ବେହେରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଗକୁ ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ହିନ୍ଦୁ ରୀତିନୀତି ଅନୁଯାଇ ଅଁଳା ନବମୀରେ ଅଁଳା ବୃକ୍ଷ ପୂଜନର ପରମ୍ପରା କେଉଁ ଆବାହମାନ କାଳରୁ ରହି ଆସିଛି । ଏହାକୁ ଉପଲବ୍ଧି କରି ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା, ଗଛ ହସିଲେ ଜଗତ ହସେ ପୁସ୍ତକର ରଚୟିତା ପରିବେଶବିତ ଆଇନଜୀବୀ ହୃଷୀକେଶ ପାଢ଼ୀ, ସଂପାଦକ ସୋମନାଥ ସେନାପତି ଡେଲାଙ୍ଗ ବନାଞ୍ଚଳ ଯାଇ ବନପାଳ ପୂର୍ଣଚନ୍ଦ୍ର ବେହେରାଙ୍କୁ ସାକ୍ଷାତ କରି ଅଁଳା ଚାରା ନେବା ପାଇଁ ଆଲୋଚନା କରିଥିଲେ । ବନପାଳ ଶ୍ରୀ ବେହେରା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଏତାଦୃଶ ସାଧୁ ଉଦ୍ୟମର ଭୁୟସୀ ପ୍ରଶଂସା କରି ଅଁଳା ଚାରା ଦେବା ସହ ଡେଲାଙ୍ଗ ବ୍ଲକରେ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ସହଯୋଗର ହାତ ବଢ଼ାଇ କହିଥିଲେ -‘ଆମେ ଆପଣଙ୍କ ସହିତ ରହିଛୁ, ଡେଲାଙ୍ଗକୁ ସବୁଜମୟ କରିବା ପାଇଁ ଚାରାର ଅଭାବ ରହିବ ନାହିଁ ।’ ଆପଣମାନଙ୍କର ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ବିଭିନ୍ନ ସାମ୍ବାଦ ପତ୍ର, ଫେସବୁକ, ହ୍ଵାଟ୍ସଆପ ଆଦିରୁ ଦେଖୁଛୁ । ବହୁତ ଖୁସି ଲାଗୁଛି । ଏହିଭଳି କାର୍ୟ୍ୟକ୍ରମ ଜାରି ରଖି ଆଗେଇ ଚାଲନ୍ତୁ । ଆମେ ଆପଣଙ୍କ ସହିତ ରହିଛୁ । ବନପାଳ ଶ୍ରୀ ବେହେରା ଙ୍କୁ ଧନ୍ୟବାଦ ଦେଇ ଆଇନଜୀବୀ ପରିବେଶବିତ ହୃଷୀକେଶ ପାଢ଼ୀ ଆଗାମୀ ଦିନରେ ପରିବେଶ ସୁରକ୍ଷା କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.