କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ, ବିଜେପୁର ସର୍କଲର ଜୋନ୍ ସ୍ତରୀୟ ଚତୁର୍ଥ ସାଂଗଠନିକ ବୈଠକ ଜାରିଂ କମ୍ୟୁନିଟି ସେଣ୍ଟରଠାରେ ଉପସଭାପତି ସନ୍ତୋଷ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସାଙ୍ଗକୁ ସମସ୍ତଙ୍କୁ କରୋନା ଟୀକା ନେବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଥିଲା । ବ୍ୟକ୍ତିର ଆର୍ଥିକ ସ୍ୱଚ୍ଛଳତା ଉପରେ ସମାଜର ଏକାତ୍ମତା ଓ ସାମାଜିକ ସାମର୍ଥତା ନିର୍ଭର କରେ, ଏଇ କଥାରୁ ଏଡଭୋକେଟ୍ ଯଦୁମଣି ପଟେଲ ଆଲୋଚନା ଆରମ୍ଭ କରି କହିଥିଲେ, ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ବ୍ୟାବସାୟିକ ବୁଦ୍ଧି ଓ କୌଶଳ ବ୍ୟବହାର ହେଉଥିଲେ ମଧ୍ୟ ଆମ ଉତ୍ପାଦନର ଯଥାର୍ଥ ମୂଲ୍ୟାୟନ ହୋଇ ପାରୁନାହିଁ । ଆଜି ବି ଦ୍ରବ୍ୟ ବିନିମୟରେ ଆମ ଜାତି ଭାଇଙ୍କ କୃଷି ଉପଜ ବିକ୍ରି ହେତୁ ଆର୍ଥିକ ବିକାଶ ଯଥାନୁରୂପ ହୋଇପାରୁ ନାହିଁ । ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ହୋଇ ମଧ୍ୟ ଜନପ୍ରିୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବହୁବିଧ ସୁବିଧା ସୁଯୋଗରୁ ଆମେ ବଞ୍ଚିତ ହେଉଛୁ, ଏଥିରେ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ସମ୍ପୂର୍ଣ୍ଣ ଜୈବିକ କୃଷିଉତ୍ପାଦନକୁ ନେଇ ବିଜେପୁରଠାରେ ଏକ ସ୍ବତନ୍ତ୍ର ବଜାର ସୃଷ୍ଟି ପାଇଁ ସାମାଜିକ କର୍ମୀ ସୁଶାନ୍ତ ପଟେଲ ଆହ୍ବାନ ଦେଇ ଥିଲେ । କୋଶଳିଆ ମାଳି ସମାଜ କେଉଁ ଆବହମାନ କାଳରୁ ଅନ୍ନଦାତା ଭୂମିକା ତୁଲାଇ ଆସୁଛି ଆଗକୁ ମଧ୍ୟ ଏପରି ଚାଲିଥିବ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଜଟାଧାରୀ ପଟେଲ, ସାମିଲ ପଟେଲ, ପ୍ରହଲ୍ଲାଦ ପଟେଲ, ପଞ୍ଚାନନ ଚୌଧୁରୀ ପ୍ରମୁଖ ସମାଜ ସଂଗଠନକୁ ଦୃଢ଼ୀଭୂତ କରିବା କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଲୋକନାଥ ପଟେଲ, ମଧୁସୂଦନ ଚୌଧୁରୀ, ନବୀନ ମଣ୍ଡା, ଗଂସ ପଟେଲ, ଗଜରାଜ ପଟେଲ, ସାଗର ପଟେଲ, ନିମାଇଁ ପଟେଲ ଓ ଧନେଶ୍ଵର ପଟେଲଙ୍କୁ ନେଇ ଜୋନାଲ କମିଟି ଗଠିତ ହୋଇଛି । ଶେଷରେ ବିଦ୍ୟାଧର ମନ୍ଥରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.