ମଦନପୁରଠାରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ମଦନପୁର ୟଙ୍ଗଷ୍ଟାର ତରଫରୁ ଡ୍ୟାନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରାଜେଶ ଧଙ୍ଗଡ଼ା ମାଝୀ, ବକ୍ତା ହରି ମହାନନ୍ଦ, ସମ୍ମାନିତ ଅତିଥି ରୂପେ ସୁଦର୍ଶନ ଦଣ୍ଡିଆ, ପ୍ରଦିପ କୁମାର ସାହୁ (ଜିଲ୍ଲା ପ୍ରତିନିଧି କୋଶଳ ପ୍ରବାହ) ଓ ଯୁଧିଷ୍ଠିର ବାଣୁଆଁ ଯୋଗ ଦେଇଥିଲେ । ବିଚାରକ ଭାବେ ପରାଗ ସିଙ୍ଗଦେଓ(ଟିଟୁ), ମିଳନ ମଲିକ ଓ ଜିତେନ୍ଦ୍ର ନାଗ (ମୁନା) ଯୋଗ ଦେଇଥିଲେ । ଏଥିରେ ୩୦ ଗୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ସ୍ଥାନ ସୋନାଲି ବୁଡେକ ପରମାନନ୍ଦପୁର କର୍ଲାମୁଣ୍ଡା, ଦ୍ୱିତୀୟ କ୍ରେଜି ଡେନ୍ସ ଗ୍ରୁପ ପାଟଣାଗଡ଼ ବଲାଙ୍ଗିର ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏନ.ଏନ. ଡେନ୍ସଗ୍ରୁପ ଗୋଳମୁଣ୍ଡା କଳାହାଣ୍ଡି ଜିଲ୍ଲା । ସମସ୍ତ ବିଜେତାମାନେ ଅତିଥିମାନଙ୍କଠାରୁ ନଗତ ରାଶି ଏବଂ ମାନପତ୍ର ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୟୁଙ୍ଗଷ୍ଟାର ମଦନପୁରରୁ ଉମାଶଙ୍କର ବାଣୁଆଁ, ଆଶିଷ ଦଣ୍ଡିଆ, ଶମ୍ଭୁ, ସୁଧାଂଶୁ ବଗର୍ତ୍ତି, ନରେଶ ପୁଝାରି, ଦେବୀପ୍ରସାଦ ଭୋଇ, ରିତେଶ ମହାନନ୍ଦ, ଅଭିନାଶ କୁମାର, ଯେମନ୍ତ କବାଟ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.