csstore

ମାଣ୍ଡୋସିଲରେ ସାଇ ଭଜନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସନ୍ଧ୍ୟା ୭ଟାରେ ମାଣ୍ଡୋସିଲ ହାରାବତୀ କଂପ୍ଲେକ୍ସଠାରେ ଏକ ଶ୍ରୀ ସତ୍ୟସାଇ ଭଜନ ଅନୁଷ୍ଠିତ ହୋଇଯାଇଛି । କଂପ୍ଲେକ୍ସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଭଜନରେ ଛିନ୍ଦେଇକେଲା ଓ ମାଣ୍ଡୋସିଲ ସାଇ ଭକ୍ତମାନେ ଉପସ୍ଥିତ ଥିଲେ । ଅରୁଣା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପୂଜା ମନ୍ଦିର ପୂଜକ ଘନଶ୍ୟାମ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ । ସାଇ ବାବାଙ୍କ ବିଷୟରେ ଆଲୋଚନା କରିଥିଲେ ସନ୍ତୋଷ ପାଢ଼ୀ । ମାଣ୍ଡୋସିଲ ଆବାହକ ପଞ୍ଚୁରାମ ସାହୁ, ନବୀନ ଦଣ୍ଡସେନା, କିଶୋର ଖୁଣ୍ଟିଆ, ଶରତ ହଂସ, ଶରତ ସାହୁ, ଅରୁଣା ପଟ୍ଟନାୟକ, ମୁରଲୀ ମହାନନ୍ଦ, ସୁରଥ ସାହୁ, ଅମିତ ପାଢ଼ୀ, ସୁରୁ ପାଢ଼ୀ, ହାରାବତୀ ଦଣ୍ଡସେନା, ଉପେନ୍ଦ୍ର ସାହୁ, ପ୍ରାଣକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ହାରାବତୀର ସଦସ୍ୟମାନଙ୍କ ଦ୍ୱାରା ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

jayashree
Leave A Reply

Your email address will not be published.