csstore

ମହନନ୍ଦ ଫୁଏଲ ମଦନପୁରଠାରେ ଲଟେରୀ ମାଧ୍ୟମରେ ୧୦ ଜଣ ଭାଗ୍ୟଶାଳୀ ବିଜେତା ପାଇଲେ ପୁରସ୍କାର

କଳାହାଣ୍ଡି, (ପି. କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମହନନ୍ଦ ପେଟ୍ରୋଲ ପମ୍ପଠାରେ ବି.ପି.ସି.ଏଲ ସହାୟତାରେ ଗତକାଲି ଦୀପାବଳି ଅବସରରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନ ଦଣ୍ଡିଆ, ସମ୍ମାନିତ ଅତିଥି ଭାବରେ ବିରାଟ ମୁଣ୍ଡଛିନା ଓ ପ୍ରଦିପ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ସୁଦର୍ଶନ ପାଢ଼ୀ ଉପସ୍ଥିତ ଥିବା ବେଳେ ମହାନନ୍ଦ ଫୁଏଲ ମାଲିକ ହରି ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଲକି ଡ୍ର ମାଧ୍ୟମରେ ୧୦ ଜଣ ବିଜେତା ପବିତ୍ର ମାଝୀ ଭଟାପଲା ଗ୍ରାମରୁ ହେମସଗାର ମହାନନ୍ଦ କବିଚନ୍ଦ୍ରପୁର, ସୁମନ୍ତ ପୁଟେଲ ଗଜବାହଲ, ଦର୍ଶନ ବେହେରା, ବି. ପାୟଲ, କିଶୋର ପଧାନ କଛାଡେଙ୍ଗେନ, ଜିତୁ ତ୍ରିପାଠୀ, ରୂପେଶ ପଧାନ ସିଙ୍ଗପୁର, ମୁକ୍ତା ପଧାନ ସେର୍ଗେଡ଼ ଓ କୈଳାସ ବଗର୍ତ୍ତିଙ୍କୁ ବିଜେତା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ରିତେଶ ମହାନନ୍ଦ, ପ୍ରଭାତ, କାଳିଆ ଦାସ, ଆଶିଷ ଦଣ୍ଡିଆ, ଭୁପେନ୍ଦ୍ର ବାଣୁଆ ସମେତ ବି.ପି.ସି.ଏଲର କର୍ମଚାରୀମାନେ ସହାଯ୍ୟ କରି ଥିଲେ ।

jayashree
Leave A Reply

Your email address will not be published.