ଝିତ୍ରୀଢୋଡା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଳସ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝିତ୍ରୀଢୋଡା ଗ୍ରାମ ଠାରେ ହେବାକୁ ଥିବା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଲସ ଯାତ୍ରା ହର୍ଷ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କଲସ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ନୁଆପଡା ଜିଲ୍ଲା ଯାଦବ ସମାଜର ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା ଯୋଗ ଦେଇ କଲସ ଯାତ୍ରା କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । କରୋନା କଟକଣା ମଧ୍ୟରେ ୫ ଗୋଟି ପଡାରୁ ଅଳ୍ପ ସଂଖ୍ୟକ ଯାଦବ ମହିଳା ମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗିରି ଗୋବର୍ଦ୍ଧନ ପୁଜା କମିଟିର ସଭାପତି ମନୋଜ ଭୋଇ, ସଂପାଦକ ରାକେଶ ଭୋଇ, ତୁଲାରାମ ଭୋଇ, ବିର୍ଜି ଭୋଇ, ଭୋଲାନାଥ ଭୋଇ ପରମାନନ୍ଦ ଭୋଇ, ତପନ ଭୋଇ, ଘନଶ୍ୟାମ ଭୋଇ ଓ କମିଟିର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.