ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଶିକ୍ଷୟିତ୍ରୀ ରଞ୍ଜିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଗବାନଙ୍କ ଦ୍ଵାରା ସୃଷ୍ଟି ସମସ୍ତ ଜୀବ ଜଗତ ଓ ପ୍ରାଣୀ ଜଗତର ସର୍ବ ଶ୍ରେଷ୍ଠ କୃତି ହେଉଛି ମାନବ, ଯିଏ ନିଜ ନିଜକୁ ପ୍ରତିପାଳିତ କରିବା ସହ ଅନ୍ୟମାନଙ୍କ ସହାୟକ ପାଲଟିଥାଏ । ତେବେ ବହୁ କ୍ୱଚିତ୍‌ ମନୁଷ୍ୟ ନିଜର ଜନ୍ମକୁ ସାର୍ଥକତା କରି ନିଜ ଛଡା ଅନ୍ୟର ଉନ୍ନତି ପ୍ରଗତିରେ ଧ୍ୟାନ ଦେଇ ଶିକ୍ଷକତା ସହ ସମାଜସେବାରେ ନିଜକୁ ଉତ୍ସର୍ଗ କରି ଅନ୍ୟମାନଙ୍କ ପଥ ପ୍ରଦର୍ଶକ ସାଜିଥାନ୍ତି । ସେହିଭଳି ଜଣେ ଗୃହିଣୀ, ସମାଜସେବୀକା ତଥା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର । ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ତାଙ୍କର ଗଛ ଲଗାଇବା ନିଶା ଆଜି ତାଙ୍କୁ ବଲାଙ୍ଗିରରେ ପରିଚିତ କରିଛି । ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷାଦାନ ଦେବା ସହ ଗଛର ଯତ୍ନ ନେବା ଦିଗରେ ତାଙ୍କର ଅନେକ ଆଗ୍ରହ । ସେଥି ପାଇଁ ତ ସେ ଲୋକଙ୍କ ଅତି ପ୍ରିୟପାତ୍ର ପାଲଟିଛନ୍ତି । ସେ ଅନେକ ସ୍ଥାନରେ ହଜାର ହଜାର ଗଛ ଲଗାଇବା ସହ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇ ସାରିଛନ୍ତି । କରୋନା ମହାମାରୀ ସମୟରେ ଗରୀବ ନିରୀହ ଲୋକଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ମଧ୍ୟ ରହିଆସୁଛନ୍ତି ।ତେବେ ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.