ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ଉପକରଣ ବଣ୍ଟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ସଭାପତିତ୍ୱ କରିଥିଲେ । ଏହି ଶିବିରରେ ୧୬ଗୋଟି ସିପି ଚୌକି ଓ ୩୯ଟି ଟିଏଲଏମ କିଟ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା ।ସଭା ପରିଚାଳନା ବିଆରପି ସୁନିଲ ସାହୁ କରିଥିବା ବେଳେ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ବଡବାବୁ ବିଜୟ ପାଣିଗ୍ରାହୀ, ବିଆରପି ଜୌତି ବିକାଶ ବାରିକ, ରମେଶ ଚନ୍ଦ୍ର ସୁନା, ଶିକ୍ଷକ ଅମରେନ୍ଦ୍ର ବାଗ, ବିବେକାନନ୍ଦ ରାଏ, ମାୟାଧର ଭରାସଗ୍ରିଆ, ପୁର୍ଣ୍ଣଚନ୍ଦ୍ର ପନିକା, ଅମୃତ କୁମ୍ଭାର ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.