ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ଇମ୍ପେରିଆଲ କଲେଜର ଛାତ୍ରୀ ଶଶି ଅଗ୍ରୱାଲ ୮.୮୮ ଏସଜିପିଏ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ତୃତୀୟ ସ୍ଥାନରେ ଇଶା ଧନୁକା ୮.୭୩ ଏସଜିପିଏ ଏବଂ ଦିବ୍ୟା ମୋଦୀ ୮.୭୦ ଏସଜିପିଏ ସହ ଚତୁର୍ଥ ସ୍ଥାନରେ ରହି ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ଏହି ସଫଳତା ପାଇଁ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.