ନଭେମ୍ବର ୧ ବଲାଙ୍ଗିର ଦିନ୍‌ : ଦୁଲ୍‌କୁଛେ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ନଭେମ୍ବର୍‌ ୧ ବଲାଙ୍ଗିର ଦିନ୍‌ । ଦୁଲ୍‌କୁଛେ ବଲାଙ୍ଗିର ସହର୍‌ । ସକାଲୁ ମା’ ସମ୍‌ଲେଇ, ମା’ ପାଟ୍‌ନେଶରୀର୍‌ ଠାନେ ବଏଠା ଜଲେଇ ଗୁଟେ ବିରାଟ୍‌ ସାଂସ୍କୃତିକ ଶୋଭାଯାତ୍ରା କୋଶଲ କଳା ମଣ୍ଡଳ ନୁ ବାହାରି ସହର୍‌ ପରିକ୍ରମା କରିଥିଲା । ତାର୍‌ ଉତ୍‌ରୁ କୋଶଲ କଳା ମଣ୍ଡଳ ନେ’ ଚାଲିଛି ଭିନେ ଭିନେ କାର୍ଯ୍ୟକ୍ରମ । ଇ ଉଧେ ଉପର୍‌ବେଲା ୩ ବଜେ ଗୁଟେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଆଲୋଚନା ଚକ୍ରର ବିଷୟ ବସ୍ତୁ ଥିଲା ‘ବଲାଙ୍ଗିର ବିକାଶରେ ଗଣମାଧ୍ୟମର ଅବଦାନ’ । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କର୍‌ ଅଧ୍ୟକ୍ଷତା ଥି ଅନୁଷ୍ଠିତ୍‌ ଇ ସଭା ଥି ‘ସମ୍ବାଦ’ର ବଲାଙ୍ଗିର ପ୍ରତିନିଧି ବିଶ୍ୱଜିତ ଦାଶ, ‘ପ୍ରମେୟ’ର ପ୍ରତିନିଧି ମୁକେଶ ବହିଦାର, ‘ସମାଜ’ର ପ୍ରତିନିଧି ବିଭୂକଲ୍ୟାଣ ଗଡ଼ତ୍ୟା ଓ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଆଲୋଚକ ଭାବେ ଯୋଗଦାନ କରିଥିଲେ । ‘ପ୍ରେରଣା’ର ସଂପାଦକ ରଘୁନନ୍ଦନ ସିଂ ସଭା ପରିଚାଳନା କରିଥିବା ବେଳେ ବଲାଙ୍ଗିର ଦିନ୍‌ ପାଳନ କମିଟିର ଅଗ୍ରଜ ସଭ୍ୟ ବିନୋଦ କାଲସାଏ ମଧ୍ୟ ମଂଚାସୀନ ଥିଲେ ।

Leave A Reply

Your email address will not be published.