ଭାଜପାର ୮ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମମିତା ମେହେର ହତ୍ୟା ଘଟଣାର ତଦନ୍ତରେ ପୋଲିସର ବାଟବଣା ଏବଂ ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଶିତଳତା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବନ୍ଦ କରିଥିଲେ । ଜିଲ୍ଲାର ୧୨ଟି ବ୍ଲକ ତଥା ଜିଲ୍ଲା ସଦର ମହକୁମା ସ୍ଥିତ ସମସ୍ତ ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ବନ୍ଦ୍ ରହିଥିଲା । ୬ନମ୍ବର ଜାତୀୟ ରାଜପଥକୁ ଅତାବିରା, ବରଗଡ଼, ସୋହେଲାଠାରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଅବରୋଧ କରିଥିଲେ । ଫଳରେ ବହୁ ଯାନବାହାନ ଅଟକି ରହିଥିଲା । ସେହିପରି ସଦର ମହକୁମାଠାରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଟାୟାର ଜାଳି ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଭଟଲି ବ୍ଲକ ଅଞ୍ଚଳରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦରେ ସାମିଲ୍ ଥିଲେ । ସୋହେଲାଠାରେ ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନ କରିଥିଲେ । ଅତାବିରାରେ ମିଳନ ସେଠଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ୍ କରିଥିଲେ ।

Leave A Reply

Your email address will not be published.