ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବ୍ଳକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ତତ୍ୱବାଧାନରେ ସ୍ଥାନୀୟ ଅଗ୍ରସେନ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମହିଳା ମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରା ବାଜି ପୂର୍ବକ ଲୋଇସିଂହା ବ୍ଲକ ଅଫିସ ଠାରେ ପହଞ୍ଚିଥିଲେ ।

ଆୟୋଜିତ ପ୍ରତିବାଦ ସଭାରେ ବିଜୁ ମହିଳା ଜନତା ଦଳ ଲୋଇସିଂହା ବ୍ଲକ ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ଆଗଲପୁର ବ୍ଲକ ସଭାନେତ୍ରୀ ଦେବକୀ ସାହୁ, ପୁଇଁତଲା ବ୍ଲକ ସଭାନେତ୍ରୀ ଗୀତାଞ୍ଜଳି ସେଠ ପ୍ରମୁଖ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଅହେତୁକ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହିତ ଉପସ୍ଥିତ ମହିଳାଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.