ଗେର୍ଡା ପଞ୍ଚାୟତରୁ ୧୫୨ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଗେର୍ଡା ପଞ୍ଚାୟତର ୧୫୨ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ମେହେର ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଶଂଖ ଚିହ୍ନ ରହିଥିବା ଚାଦର ଅପର୍ଣ କରିଥିବା ବେଳେ ଦଳରେ ଯୋଗଦନା କରିଥିବା ନୂତନ କର୍ମୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା । ବିଧାୟକ ପ୍ରତିନିଧିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.