csstore

ଅଫ୍ ଲାଇନ ଟେଣ୍ଡରରେ କୋଟି କୋଟି ଟଙ୍କାର ଠିକା : ସଚିବଙ୍କ ଦୃଷ୍ଟି ଆକର୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଲାଇନ୍ ବିଭାଗରେ ଅଫ୍ ଲାଇନ ଟେଣ୍ଡରକୁ ରାଜ୍ୟ ସରକାର କଡାକଡି ଭାବେ ନିଷିଦ୍ଧ କରିଥିବା ବେଳେ ଗତ କିଛି ଦିନ ତଳେ ପଦ୍ମପୁର ପୂର୍ତ୍ତ ସବ୍ ଡିଭିଜନରେ ପାଖାପାଖି ୨ କୋଟି ଟଙ୍କା କିଛି ନିର୍ଦ୍ଦିଷ୍ଟ ଠିକାଦାରକୁ ଠିକା କାର୍ଯ୍ୟ ବାଣ୍ଟି ଦେଇ ଥିବାର ଗୁରୁତର ଅଭିଯୋଗ ହୋଇଛି । ଏ ସଂପର୍କରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପୂର୍ତ୍ତ ବିଭାଗ ସଚିବ ଓ ଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତଦନ୍ତ ପାଇଁ ଦାବୀ କରିଛନ୍ତି । ଆଗରୁ ଅଫ ଲାଇନ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ରାଜକୋଷରୁ ଲୁଣ୍ଠନ ହେଉଥିବାର ଅଭିଯୋଗ ହେଲା ପରେ ଅଫ ଲାଇନ ଟେଣ୍ଡରକୁ ରାଜ୍ୟ ସରକାର ନିଷିଦ୍ଧ କରି ସମସ୍ତ ଅଧିକାରୀଙ୍କୁ ଅବଗତ କରାଇ ଥିଲେ ଏବଂ ଅନ ଲାଇନ ଟେଣ୍ଡର ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ପଦ୍ମପୁର ପୂର୍ତ୍ତ ବିଭାଗ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏତେ ଟଙ୍କାର ଠିକା କାର୍ଯ୍ୟ କିଭଲି ବାଣ୍ଟି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂପୃକ୍ତ ଠିକାଦାରମାନେ ବିଭାଗ ସହ ବିନା ଏଗ୍ରିମେଣ୍ଟ କରି କାର୍ଯ୍ୟ ଆରମ୍ଭ କରି ସାରିଥିବା ବେଳେ ପୂର୍ତ୍ତ ବିଭାଗ ସବିଚ ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.