ଅବକାରୀ ବିଭାଗର ଚଢ଼ାଉ : ୩୦ ଲିଟର ମଦ ଜବତ ସହ ୨ଜଣ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗ କିଛି ଦିନ ହେଲା ବିଭିନ୍ନ ଜାଗାରେ ବେଆଇନ କୁଚିଆ ଦେଶୀମଦ ବିକ୍ରି କରୁଥିବା ଲୋକମାନଙ୍କୁ ଚଢ଼ାଉ କରି ବିପୁଳ ଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗତ ୨୮ ତାରିଖ ଅବକାରୀ ବିଭାଗ ସଦରର ଏକ ଟିମ ଲୋଇସିଂହା ଥାନାର ଝାରମୁଣ୍ଡା ଗ୍ରାମରେ ଚଢ଼ାଉ କରି ୩୦ଲିଟର ମଦ ଜବତ କରିବା ସହିତ ଦି ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ନିତ୍ୟାନନ୍ଦ ମରପୋଛି ଓ କିଶୋର ଧାରୁଆ ବୋଲି ଜଣାପଡିଛି ।

Leave A Reply

Your email address will not be published.