oom

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ, ମୁଖ୍ୟବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ମଧୁସୂଦନ ମହାପାତ୍ର, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ ନିଜର ଅନୁଭୂତି ବଖାଣି ଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସଙ୍ଗୀତ ଓ କ୍ଵିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସମ୍ବଳ ବ୍ୟକ୍ତିତ୍ଵ ଭାବେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପ୍ରମୁଖ ଉଦ୍‌ବୋଧନ ରଖିଥିଲେ । ଏଥିରେ ୩୦ ଜଣ ଶିବିରାର୍ଥୀ ସାରଙ୍ଗଡ, ତୁମୁଡ଼ିବନ୍ଧ, ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଥିଲେ । ବିଜୟୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ରେଡକ୍ରସ୍ ପତାକା ଅବତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.