ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଚ୍ଛତା ପ୍ରତ୍ୟେକ ନାଗରିକ ନୈତିକ କର୍ତ୍ତବ୍ୟ ଅଟେ, ପ୍ଲାଷ୍ଟିକ ସ୍ୱଳ୍ପ ବ୍ୟବହାର କରି ତାର ସଂଗ୍ରହ କରି ପୁନଃ ରିସାଇକିଲିଙ୍ଗ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆଶିଷ କୁମାର ଠାକୁର, ଏନ୍ଏସ୍ଏସ୍ର ଜିଲ୍ଲା ପ୍ରୋଗ୍ରାମ ଅଫିସର ସନ୍ତୋଷ କୁମାର ମୁଣ୍ଡ, ବୋଡ଼େନ ଡିଗ୍ରୀ କଲେଜ ଅଧ୍ୟାପକ କିଶୋର କୁମାର କର୍ଣ୍ଣ, ବୋଡେନ ଅତିରିକ୍ତ ତହସିଲଦାର ଜୟଶନ ଧରୁଆ, ଖୁସବୁ ମେହେର, ବୋଡେନ ବ୍ଲକ ସାମ୍ବାଦିକ ସଂଘର ସଭାପତି ବିଶିକେଶନ ପଣ୍ଡା, ଜିଲ୍ଲା ପ୍ରେସ କ୍ଲବର ଅଜିତ ପଣ୍ଡା, ପୂର୍ବତନ ରେଞ୍ଜର ପର୍ଶୁରାମ ସେଠି ବୋଡେନ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନନ୍ଦକିଶୋର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୋଡେନ ଡିଗ୍ରୀ କଲେଜ ଏନ୍ଏସ୍ଏସ୍ ୟୁନିଟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହିଥିବା ବେଳେ ନେହେରୁଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ସେଲ୍ଫ ହେଲ୍ପ ଗ୍ରୁପର ମା’ମାନେ ତଥା ନେହେରୁ ଯୁବକେନ୍ଦ୍ର ବୋଡ଼େନର ସ୍ୱେଚ୍ଛାସେବୀ ଅଞ୍ଜଳି ଶବର ଓ ଈଶ୍ୱର ମାଝୀ ଉପସ୍ଥିତ ରହି ବୋଡ଼େନ ସାପ୍ତାହିକ ବଜାରରେ ପଡ଼ିଥିବା ସମସ୍ତ ପ୍ଲାଷ୍ଟିକ ସଫା କରି ଓ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।