କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା, (ନିରାକାର ମେହେର) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କଠାରୁ ଷାଠିଏ ବୋତଲ କୋରେକ୍ସ କଫ୍‌ ସିରପ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ଆଜି ପାଟ୍ରୋଲିଂ କରୁଥିବା ସମୟରେ ଚିନ୍ଦାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଜଣେ ଯୁବକଙ୍କୁ ସନ୍ଦେହ ଜନକ ଭାବରେ ଠିଆ ହୋଇଥିବା ସହ ଏକ ବ୍ୟାଗ ଧରିଥିବା ଦେଖିଥିଲେ । ଯୁବକଙ୍କ ବ୍ୟାଗ ଯାଞ୍ଚ କରିବାରୁ ୬୦ ବୋତଲ କଫ୍‌ ସିରପ କୋରେକ୍ସ ଦେଖିବାକୁ ପାଇଥିଲେ । ଉକ୍ତ ଯୁବକଙ୍କ କରୋନା ପରୀକ୍ଷା କରାଯାଇଛି ଓ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଅବକାରୀ ଏସ୍‌ଆଇ ଡମ୍ବରୁଧର ହରପାଳଙ୍କ ନେତୃତ୍ୱରେ, ଏସ୍‌ଆଇ ଗଦାଧର ମହାରଣା, ଏଏସ୍‌ଆଇ ସରୋଜ କଟା, ଶିବ ପ୍ରସାଦ ଦୁରିଆ, ରାମଚନ୍ଦ୍ର ଯାନୀ, ଧନରାଜ ଦଣ୍ଡସେନା, ଭଗବାନ ହଂସ ପେଟ୍ରୋଲିଂ ଟିମରେ ସାମିଲ ଥିଲେ ।

Leave A Reply

Your email address will not be published.