oom

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଅଛି । ତେବେ ଏହି ଅବସରରେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ୱେଛସେବୀ ରତିକାନ୍ତ ପଧାନଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମ ପଞ୍ଚାୟତର ହଲନକନାସି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାମୁଟପାଲି ଜିପିଏଲ୍ଏଫର ଏମ୍.ବି.କେ ମଞ୍ଜୁଶ୍ରୀ ପଧାନଙ୍କ ସହଯୋଗରେ ଜାମୁଟପାଲି ଜିପିଏଲ୍ଏଫର ସି.ଆର୍.ପି ରିତା ସାହୁ ଏବଂ ପ୍ରଣୀମିତ୍ର କିଶୋରୀ ସାହୁ, ସଭାନେତ୍ରୀ ସୁଲକ୍ଷଣୀ ସାହୁ, ସମ୍ପାଦିକା ନଳିନୀ ସୁନାଙ୍କ ସହିତ ହଲନକନାସି ଗ୍ରାମର ୪ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୫ ଜଣରୁ ଅଧିକ ସଭ୍ୟା ମିଶି ପ୍ରଥମେ ଏକ ସାଧାରଣ ସଭା କରିଥିଲେ ପରେ ହଲନକନାସି ଗ୍ରାମର ବିଭିନ୍ନ ସ୍ଥାନକୁ ସଫା କରିଥିଲେ ଏବଂ ହଲନକନାସି ଗ୍ରାମରେ ସ୍ୱଚ୍ଛତା ସ୍ଲୋଗାନ ଦେବା ସହିତ ପଦଯାତ୍ରା କରିଛନ୍ତି । ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.