oom

ଅଙ୍ଗନବାଡି ଚୟନ କ୍ଷେତ୍ରରେ ଜାଳିଆତି, ଥାନାରେ ମାମଲା : ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ପାଇକମାଲର ୱାର୍ଡ ନମ୍ବର – ୬ ଓ ଭେଙ୍ଗରାଜପୁର ଗ୍ରାମ ଅନ୍ତର୍ଗତ ଡେଙ୍ଗନାଡିହୀ ଗ୍ରାମର ୱାର୍ଡ ନମ୍ବର – ୧ ପାଇଁ ଅଙ୍ଗନବାଡି ନିଯୁକ୍ତି ସକାଶେ ଜାଳିଆତି ହୋଇଥିବା ନେଇ ଆବେଦନକାରୀ ମହିଳା ମାନେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହ ପାଇକମାଲ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଆବେଦନକାରୀ ମାନେ ସହଜ କେନ୍ଦ୍ର ଜରିଆରେ ଜାତିଗତ, ଶିକ୍ଷାଗତ ସମସ୍ତ ସାର୍ଟିଫିକେଟ ଅନ୍ ଲାଇନ ଆବେଦନ କରିଥିବା ବେଳେ ପାଇକମାଲ ସିଡିପିଓ କେତେକ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଆସି ନଥିବା କହିଥିଲେ । ସାର୍ଟିଫିକେଟ ଭେରିଫିକେଶନ ସମୟରେ ଆବେଦନକାରୀ ମହିଲା ମାନେ ପୁଣି ଥରେ ସମସ୍ତ ସାର୍ଟିଫିକେଟ ସିଡିପିଓଙ୍କୁ ପ୍ରଦାନ କରିଥିଲେ । ଏହା ସତ୍ୱେ ଇଣ୍ଟରଭିଉ ପ୍ରକ୍ରିୟାରୁ ଏହି ମହିଳା ମାନଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ନେବା ଯୋଗୁଁ ସମସ୍ତ ଆବେଦନକାରୀ ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହ ପାଇକମାଲ ଥାନାରେ ମଧ୍ୟ ସହଜ କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପଦ୍ମପୁର ଉପ ଜିଲ୍ଲାପାଳ ହସ୍ତକ୍ଷେପ କରି ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅରୁନ୍ଧତି ସାହାଣୀ, ଟିକେବାଲି ମୁନା, ଲବଙ୍ଗ ପ୍ରଧାନ, ଉମା ରୋହିଦାସ, ବବିତା ନନ୍ଦ, ରେବତୀ ସାହା, ସସ୍ମିତା ରାଉତ, ଦିବ୍ୟାଲଲା ପ୍ରଧାନ, ମାନସୀ ବିନ୍ଧ, ରେବତୀ ନାୟକ ପ୍ରମୁଖ ଆବେଦନକାରୀ ମହିଳା ମାନେ ଉପ ଜିଲ୍ଲାପାଳ ଓ ଥାନାରେ ଦ୍ୱାରସ୍ଥ ହୋଇଥିଲେ ।

jittmm
Leave A Reply

Your email address will not be published.