ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜ ଠାରେ ଅକ୍ଟୋବର ୨୬ ରୁ ୨୮ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ପାଳିତ ହୋଇଯାଇଛି । ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ରୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ଝରଣା ପ୍ରଧାନ ସ୍ଵାଗତ ଭାଷଣ ଦେଇଥିଲେ । ଛାତ୍ରୀ ସୁଶ୍ରୀ ଲିଜା ପ୍ରଧାନ ଉଦଘାଟନୀ ଦିବସର କାର୍ଯ୍ୟକ୍ରମ ଗୁଡିକର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ପରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡ. ସୌମ୍ୟରଞ୍ଜନ ଦାସ, ଡ.ତୁଷ କୁମାର ଚନ୍ଦ୍ରକାର, ସୁବ୍ରତ ବିଶ୍ଵାଳ ପ୍ରମୁଖ ଅତିଥି ଏଚ୍.ଆଇ.ଭି. ଓ ଏଡସ୍‌ ଉପରେ ସ୍ଵେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ । ଅଧିବେଶନ ଶେଷରେ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅଧ୍ୟାପକ ଦେବକାନ୍ତ ନାୟକ ସ୍ଵାଗତ ଭାଷଣ ଦେଇଥିଲେ । ପାଇକମାଲ ଅଗ୍ନିଶମ ବିଭାଗର ମୁଖ୍ୟ ରବିନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀ ମାନେ ଆସି ପିଲାମାନଙ୍କୁ ସେ ଦିଗରେ ପ୍ରଶିକ୍ଷିତ କରାଇ ଥିବା ବେଳେ ଶେଷରେ ଅଧ୍ୟାପିକା ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନରେ ଅଧ୍ୟାପକ କ୍ଷୀରସାଗର ମହାନନ୍ଦ ସ୍ଵାଗତ ଭାଷଣ ଦେଇଥିବା ବେଳେ ଇଂରାଜୀ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ରକ୍ତଦାନ ବା ରକ୍ତ ବିଜ୍ଞାନ ସଂପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅଧିବେଶନର ସମାପ୍ତିରେ ପ୍ରେମ କୁମାର ସାହୁ ଧନ୍ୟବାଦ ଜ୍ଞାପନ କଲେ । କାଉନସେଲର ଅଧ୍ୟାପକ ଦେବରାଜ ସାହୁ ସମେତ କଲେଜ ସମୂହର କାଉନସେଲର ଉପସ୍ଥିତ ରହି ବିଭିନ୍ନ ଅଧିବେଶନକୁ ସଫଳ କରିବା ନିମିତ୍ତ ସକ୍ରିୟ ସହଯୋଗ କରି ବିଭିନ୍ନ ଦାୟିତ୍ଵ ସଂପନ୍ନ କରିଥିଲେ ।

Leave A Reply

Your email address will not be published.