csstore

ବିଶ୍ୱ ହାତଧୁଆ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ପ୍ରାଙ୍ଗଣରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମାୟାବର୍ହା ଗ୍ରାମ ପଂଚାୟତର ସରପଂଚ ରମେଶ ଭୋଇ ଯୋଗଦାନ କରି ସଠିକ ପ୍ରଣାଳୀରେ ହାତ ଧୋଇବା ଅଭ୍ୟାସ ରଖିଲେ ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ସଂଯୋଜନାରେ ଜୁନିଅର ଛାତ୍ରଛାତ୍ରୀମାନେ ହାତ ଧୋଇବାର ୬ ଗୋଟି ପ୍ରଣାଳୀ ବିଷୟରେ ଶିଖିଥିଲେ ଏବଂ ନିଜ ନିଜ ଘରେ ପରିବାର ସଦସ୍ୟଙ୍କୁ ମଧ୍ୟ ଶିଖାଇବେ ବୋଲି ଶପଥ ପାଠ କରିଥିଲେ । ସରକାରଙ୍କ କୋଭିଡ-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ସମସ୍ତେ ବାରମ୍ବାର ହାତକୁ ୩୦ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାର ପକ୍ରିୟାକୁ ଘରେ ଘରେ ପ୍ରଚାର ପ୍ରସାର କଲେ କରୋନାକୁ ସଂପୂର୍ଣ୍ଣ ହରାଇପାରିବା ବୋଲି ଜୁନିଅର ରେଡକ୍ରସର, ଜୁନିଅର ୟୁନିଟର ସଦସ୍ୟମାନେ ମତାମତ ରଖିଥିଲେ । ୟୁନିଟ ସଂପାଦିକା ରୋଜିସ୍ମିତା ଷାଣ୍ଡ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ୟୁନିଟ ସଭାପତି ଧରିତ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜୁନିଅର ଇତିଶ୍ରୀ, ଟିକି, ରୁବି, ଦେବକି, ବାସନ୍ତି, ରୁବି, ଅର୍ପିତା, ଅମୃତା, ଚାନ୍ଦିନି, ସୁନନ୍ଦା, ଜସ୍ମିନ, ରିମଝିମ, ସଂଜନା, ନିକିତା, ରାଖି, ଜ୍ୟୋସ୍ନା, ସୁମନ୍ତ, ଦୋଲାରାମ, ରୋହନ ପ୍ରମୁଖ ଜୁନିିଅର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.