jayashree

ସମଲେଶ୍ୱରୀ ମନ୍ଦିର ପୁନଃ ନିର୍ମାଣ ପ୍ରସଙ୍ଗ : ନରସିଂହ ମିଶ୍ରଙ୍କ ସହ ଆଲୋଚନା କଲେ ଦବୋତ୍ତର ଅଧିକାରୀ, ମନ୍ଦିର ନିର୍ମାଣର ସମ୍ପୂର୍ଣ୍ଣ ରୂପରେଖ ଶୀଘ୍ର ହେବ ପ୍ରସ୍ତୁତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଲେଶ୍ୱରୀ ମନ୍ଦିର ପୁନଃ ନିର୍ମାଣ ପ୍ରସଙ୍ଗକୁ ନେଇ ଦେବୋତ୍ତର ଅଧିକାରୀମାନେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟତଃ ଦେବୋତ୍ତର ସମ୍ବନ୍ଧୀୟ ମନ୍ଦିରମାନଙ୍କ ସ୍ଥିତି ଉପରେ ଅଲୋଚନା ହୋଇଥିଲ। । ବହୁବର୍ଷରୁ ବଲାଙ୍ଗିର ଜିଲ୍ଲାରେ ଦେବୋତ୍ତରର ଅନେକ ସମ୍ପତ୍ତି ଥିଲେ ସୁଦ୍ଧା ଏଠାକାର ଦେବୋତ୍ତର ନିରୀକ୍ଷକ ପଦବି ଖାଲି ଥିବାରୁ ଦେବୋତ୍ତୋରର ଆୟ ଅନେକାଂଶରେ ବାଟ ମାରଣା ହୋଇଛି ବେଲି ବିଧାୟକ ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ବହୁ ପୁରୁଣା ସମଲେଶ୍ୱରୀ ମନ୍ଦିର କିଛି ଦିନ ତଳେ ତାର ମୂଖଶାଳା ଛାତ ଭୁଶୁଡି ପଡିଥିଲା । ଏହାର ନିର୍ମାଣକୁ ନେଇ ତତ୍ପରତା ପ୍ରକାଶ କରାଯାଉ ଏବଂ ବର୍ତ୍ତମାନ ଭାଙ୍ଗି ଯାଇଥିବା ଅଂଶ ଯେତେ ଶୀଘ୍ର ହେବ ଶ୍ରଦ୍ଧାଳୁମାନଙ୍କ ପାଇଁ ପୂଜା କରିବା ସ୍ଥିତିରେ ଅଣାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ସମାନ୍ତରାଳ ଭାବେ ମା’ଙ୍କ ଏକ ଭକ୍ତି ମନ୍ଦିର ନିମାଙ୍କନ ପାଇଁ ବହୁ କୋଟି ଟଙ୍କାର ଏକ ଅଟକଳ ସହିତ ଡିଜାଇନ ପ୍ରସ୍ତୁତ କରିବା ପଇଁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ, ସେ ଦେବୋତ୍ତର କମିଶନରଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଛନ୍ତି । ଯେତେ ଶୀଘ୍ର ହେବ ଏହାର ଏକ ବୈଠକ ଡକାଯାଇ ମା’ଙ୍କ ମନ୍ଦିର ନିର୍ମାଣର ସଂପୂର୍ଣ୍ଣ ରୂପରେଖ ସହ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଆହୁରି ମଧ୍ୟ ଆଲୋଚନା ସମୟରେ ସେ କହିଥିଲେ ଯେ, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଣ୍ଟିଲୋରା ନୀଳମାଧବ ଏବଂ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସଛି । ଯଦିଓ ବଲାଙ୍ଗିର ମା’ଙ୍କ ମନ୍ଦିର ଥିବା ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ ତଥାପି ମଧ୍ୟ ବହୁ କୋଟି ଟଙ୍କାର ଅନୁଦାନରେ ଏଠାରେ ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଯିବ ବୋଲି ସେ ଅଲୋଚନା ସମୟରେ କହିଥିଲେ । ଆଲୋଚନା ସମୟରେ ଦବୋତ୍ତର ବିଭାଗର ଅଧିନରେ ଥିବା ଦୋକାନ ଗୃହମାନଙ୍କର ସ୍ଥିତିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଦେବୋତ୍ତର ଅଧିକ୍ଷଣ ନିରୀକ୍ଷକ ଏବଂ ଡିଭିଜନାଲ ଇଂଜିନିୟର ବଲାଙ୍ଗିରର ମନ୍ଦିରମାନଙ୍କ ସ୍ଥିତି, ଦୋକାନ ଗୃହଗୁଡିକର ସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ସମସ୍ୟା ଥିବା ସ୍ଥାନଗୁଡିକରେ ତା’ର ନିରାକରଣ କରାଯିବା ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ମନ୍ଦିରର ପୂଜା ତଥା ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଅନୁଦାନ ତଥା ଦୋକାନ ଗୃହଗୁଡିକରୁ ମିଳୁଥିବା ଆୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ଏହା ସହ ଯେହେତୁ ଆଜି ମନ୍ଦିରର ସ୍ଥିତି ଓ ନିର୍ମାଣକୁ ନେଇ ଦେବୋତ୍ତର ଅଧିକାରୀ, ଉପଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ଅଲୋଚନା ଅନୁଷ୍ଠିତ ହେଲା ସେଥିପାଇଁ ଆସନ୍ତାକାଲିଠାରୁ ମନ୍ଦିରର ମାରାମତି ଓ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦେବୋତ୍ତର ଅଧିକ୍ଷଣ ନିରୀକ୍ଷକ ଅନନ୍ତ ଚରଣ ମୁର୍ମୁ ଓ ଡିଭିଜନାଲ ଯନ୍ତ୍ରୀ ଦକ୍ଷୀଣ ଚରଣ ମୁର୍ମୁ କହିଥିଲେ ।

Leave A Reply

Your email address will not be published.