oom

ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ହେକ୍ଟର ପିଛା ୫୦ ହଜାର କ୍ଷତିପୂରଣ ଦାବୀ : ଆମ୍ ଆଦମୀ ପାର୍ଟି

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖା ଦେଇଥିବା ବେଳେ ଚାଷୀ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ କ୍ଷତି ପୂରଣ ବାବଦରେ ହେକ୍ଟର ପିଛା ଦିଲ୍ଲୀ ଭଳି ୫୦ହଜାର ଟଙ୍କା ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଓ ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ଦୁଇ ଦିନିଆ ପଦ୍ମପୁର ଗସ୍ତରେ ଯାଇ ବିଭିନ୍ନ ବ୍ଲକର ଚାଷ ଜମି ବୁଲିବା ସହ ଗ୍ରାଉଣ୍ଡ ଜିରୋରୁ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡ଼ିଥିବା କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ଏହି ମରୁଡ଼ି ସମୟରେ କୌଣସି କାର୍ଯ୍ୟ କରୁନଥିବା ଶ୍ରୀ ପାତ୍ର ଅଭିଯୋଗ କରିଥିବା ବେଳେ ମଧ୍ୟମ ଜଳ ସେଚନ ପ୍ରକଳ୍ପରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବାରୁ ପଦ୍ମପୁର ଉପଖଣ୍ଡରେ ଆଜି ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚହିଛନ୍ତି ।

jittmm
Leave A Reply

Your email address will not be published.