csstore

୧୦୦ କୋଟି ଲୋକଙ୍କୁ ଟୀକାକରଣ ସମ୍ପନ୍ନ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଅନ୍ୟତମ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ପରିସର ମଧ୍ୟରେ ଚାଲିଥିବା ଟୀକା କେନ୍ଦ୍ରରେ ଆଜିର ଦିନକୁ ଭାରତ ବର୍ଷର ଉତ୍ସାହପୂର୍ଣ୍ଣ ଦିବସ ଭାବରେ ବିବେଚନା କରି ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡା. ଭୀମ ସାହୁ (ସିଡିଏମ୍‌ଓ), ଡାକ୍ତର ଦିବ୍ୟ କିଶୋର ପତି, ଡା. ତୁଷାର ଠାକୁର, ଡା. ସୁଧା ବାଲା, ଡା. କ୍ଷିତୀଶ କୁମାର, ପିସ ଊନୀସନ ନିର୍ଦେଶକ ସତ୍ୟରଞ୍ଜନ ମିଶ୍ର ତଥା ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟ ସଭ୍ୟା ଏନ୍‌ଏଚ୍‌ଏମ୍‌ର ସଭ୍ୟ ସଭ୍ୟା ଗଣ ଏହାକୁ ପାଳନ କରାଇଥିଲେ । ଏହି ଉତ୍ସବରେ ଜିଲ୍ଲା ଚିକିତ୍ସାଧିକାରୀ ଡା. ଭୀମ ସାହୁ ଏହା ଭାରତ ବର୍ଷ ପାଇଁ ଏକ ବଡ ସଫଳତା ଓ ଏହି କ୍ରମରେ ସାମିଲଥିବା ପ୍ରତ୍ୟେକ ଟୀକା ଅଧିକାରୀ, ଅନୁଷ୍ଠାନ ତଥା ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହାକୁ କିଭଳି ଆହୁରି ସଫଳତାର ସହିତ ଆଗକୁ ବଢ଼ାଯାଇ ଆସନ୍ତା କମ ବୟସର ଶିଶୁ-କିଶୋରମାନଙ୍କ ଟୀକାକରଣକୁ ଉଚିତ ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲୋଚନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କ ଗହଣରେ ଜଣେ ନାରୀ ହିତାଧିକାରିଣୀଙ୍କୁ ଚିକିତ୍ସାଧିକାରୀ ସମ୍ମାନରେସମ୍ମାନିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତା ଗୌରବ ପଧାନ, ଯତୀନ ରାଜପୁତ, ଦିଲୀପ ନାଗ, ଅଞ୍ଜଳି ନାଗ, ନିରୁମୟୀ, ସିନ୍ତୋଷ ମେହେର, ବଳରାମ ସାହୁ, ସୁଶ୍ରୀ ସୀମାରାଣୀ ଖୁଆସ ସୌଦାମିନୀ, ରାହୁଲ ପାଲ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସଭ୍ୟସଭ୍ୟା ଗଣ ଏହି ଉତ୍ସବକୁ ପାଳନ କରାଇବାରେ ସହାୟକ ହୋଇଥିଲେ ।

jayashree
Leave A Reply

Your email address will not be published.