jayashree

ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ରାଜୀବ ସେବା କେନ୍ଦ୍ର କାର୍ଯ୍ୟାଳୟରେ ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ନଂ ୯୧୫୩ /୨୧, ତା-୨୮/୦୯/୨୦୨୧ ପ୍ରକାରେ ଓଡ଼ିଶାର ସମସ୍ତ ସ୍କୁଲରେ ସ୍କୁଲ ପରିଚାଳନା କମିଟି ଏବଂ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି ଗଠନ କରିବା ନିମନ୍ତେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ମଧ୍ୟରେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଛି । ଏହି କ୍ରମେ ଚିଠି ଆସିଥିବା ବେଳେ ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା । ସମସ୍ତ ଶିକ୍ଷକ ପ୍ରଧାନଶିକ୍ଷକ, ୱାର୍ଡ ସଦସ୍ୟ, ସଦସ୍ୟା, ଅଙ୍ଗନବାଡ଼ି ଦିଦି, ସ୍ୱୟଂ ସହାୟକ ଗୋଷ୍ଠୀର ଏମ୍‌ବିକେ, ସିଆରପିମାନଙ୍କୁ ନେଇ ବୈଠକ ବସିଥିଲା । ସ୍କୁଲ ପରିଚାଳନା କମିଟି ଗଠନର ସମସ୍ତ ନିର୍ଦ୍ଦେଶନାମା ଏବଂ କେଉଁମାନେ କମିଟିରେ ରହିବେ, କିପରି ଭାବରେ କମିଟି ଗଠନ ହେବ ସେ ଉପରେ ବିସ୍ତୁତ ଭାବେ ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ବିଶଦ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ବନଜ୍ୟୋଷ୍ଣା ଦାଶ, ନୋଳିଆ-ନୂଆଗାଁ ସ୍କୁଲର ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ମଲ୍ଲିକ, ଏମ୍‌ବିକେ ମିତାଞ୍ଜଳି ଗୌଡ଼, ରଜନୀ ଦାସ, ଭାରତୀ ବେହେରା, ଏଙ୍ଗ.ସୁକୁମାରୀ, ଝୁମୁରି ଗୌଡ଼, ଶର୍ମିଷ୍ଠା ପଲେଇ, ନର୍ମଦା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.