jayashree

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏ ନେଇ ସିନାପାଲି, ହାତିବନ୍ଧା ସହ ଆଖପାଖ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଯୁବକ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ସିନାପାଲି ସହର ପରିକ୍ରମା କରିବା ସହ ଥାନା ସମ୍ମୁଖରେ ନାରାବାଜି କରିଥିଲେ । ଏ ଅବସରରେ ମମିତା ମେହେରଙ୍କ ସ୍ୱର୍ଗତ ଆତ୍ମାର ସତ୍‌ଗତି କାମନା କରିବା ସହ ତାଙ୍କୁ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କୁ ଫାଶି ଦେବା ପାଇଁ ଦାବୀ କରିଛନ୍ତି । ଶୋଭାଯାତ୍ରାରେ ସିନାପାଲି ମେହେର ସମାଜ, ହାତିବନ୍ଧା ମେହେର ସମାଜ, ସିନାପାଲି ମେହେର ଯୁବସମାଜ, ଉଦନ୍ତୀ ୟୁଥକ୍ଲବ, ହନୁମାନ ୟୁଥକ୍ଲବ, ଆଦର୍ଶ ୟୁଥକ୍ଲବ ଆଜି ସତମତ ବିଭିନ୍ନ ନୀତି, ଧର୍ମ ଦଳର ଶହ ଶହ ଲୋକ ସାମିଲ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତକୁ ଦୁଷ୍ଟାନ୍ତ ମୁଳକ ଦଣ୍ଡ ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଯଥା ଶୀଘ୍ର ଗିରଫ କରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.