ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଥାନା ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଆଜି କଂଗ୍ରେସ ଦଳ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଥାନା ଘେରାଉ କରଯାଇଛି । ଏହି ହତ୍ୟା ଘଟଣା ସାରା ଓଡିଶା ଆବାଳ ବୃଦ୍ଧ ବନୀତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ମା’ କୁ ସମ୍ମାନ ଓ ଗାଁକୁ କାମ ନାରା ଦେଉଥିବା ଏହି ସରକାର ଏବଂ ତାର ମନ୍ତ୍ରୀମାନେ ମା’ଙ୍କ ସମ୍ମାନଜାଗାରେ ହତ୍ୟା, ଧର୍ଷଣ, ବ୍ୟବିଚାର, ଯୌନ ଉତ୍‌ପିଡନ ଭଳିଆ ସଂଗୀନ କାମରେ ଲିପ୍ତ ଅଛନ୍ତି । ଗାଁକୁ କାମ ଦେବା ନାଁରେ ଯୌନ ବ୍ୟବିଚାରର ପେଣ୍ଠ ସନ୍‌ସାଇନ କଲେଜରେ ସରକାରୀ ଅର୍ଥର ବହୁଳ ଭାବରେ ଅପବ୍ୟବହାର କରି ଏହି ସରକାରରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନ୍ୟାନ୍ୟ ମନ୍ତ୍ରୀମାନେ ସମସ୍ତ ସୀମା ଉଲଙ୍ଘନ କରିସାରିଛନ୍ତି । ଏହି ହତ୍ୟା ଘଟଣାରେ ପୀଡିତ ପରିବାରଙ୍କ ବୟାନ, ପାରିିପାର୍ଶିକ ସ୍ଥିତି ଏବଂ ହତ୍ୟା ଘଟଣାରେ ଗିରଫ ହୋଇଥିବା କଲେଜର ସଭାପତି ଗୋବିନ୍ଦ ସାହୁଙ୍କ ବୟାନ ଅନୁଯାୟୀ ସେ ନିଜେ ତ ଏ ହତ୍ୟା ଘଟଣା ଅପରାଧୀ ବୋଲି ପ୍ରମାଣିତ ହୋଇଯାଉଛି ।

କିନ୍ତୁ ଏହି ଘଟଣାକୁ ନେଇ ଥିବା ଅନେକ ଗୁମର କଥା ଆଜି ବି ଅସମାହିତ ରହିଛି । ଏହି ଘଟଣାରେ ସ୍ପଷ୍ଟ ଭାବେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସପୃକ୍ତି ପ୍ରମାଣ ମିଳୁଛି । ତେଣୁ ଏହି ହତ୍ୟା ଘଟଣା ନିରପେକ୍ଷ ତଦନ୍ତ ସେ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହୋଇଥିବା ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ନିଜ ବକ୍ତବ୍ୟରେ ବିଶୋଦଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏ ସମସ୍ତ ଘଟଣା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ । ଯଦି ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ନ ଦିଅନ୍ତି ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ସମୟରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଗିରଫ କରିବା ଦାବୀରେ ଥାନା ଘେରାଓ କରାଯାଇଥିଲା । ବିକ୍ଷୋଭ ସମାବେଶରେ ମହିଳା କଂଗ୍ରେସର ସଭାନେତ୍ରୀମାନେ ସରକାରରେ ଥିବା ମନ୍ତ୍ରୀମାନଙ୍କର ନାରୀ ବ୍ୟବିଚାରକୁ ନେଇ କଠୋର ସମାଲୋଚନନା କରିଥିଲେ । ସେମାନେ କହିଥିଲେ ସାରା ଦେଶରେ ବର୍ତ୍ତମାନ ଓଡିଶା ନାରୀ ବ୍ୟବିଚାର, ଯୌନ ନିର୍ଯ୍ୟାତନା ଓ ଧର୍ଷଣ କ୍ଷେତ୍ରରେ ୧ ନମ୍ବର ପାଲଟିଛି । ଆହୁରି ଆଶ୍ଚର୍ଯ୍ୟ ଘଟଣା ଯେ ଏପରି ସମସ୍ତ ଘଟଣାରେ ଓଡିଶାରେ ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କର ସଂପୃକ୍ତି ମିଳୁଛି । ତେଣୁ ଏ ପରି ଅଭିଯୋଗ ଆସୁଥିବା ମନ୍ତ୍ରୀମାନଙ୍କୁ ସରକାର ଘଣ୍ଟ ନ ଘୋଡାଇ ସେମାନଙ୍କୁ ଶୀଘ୍ର ଇସ୍ତଫା ପ୍ରଦାନ କରିବାକୁ କୁହନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟର ସମସ୍ତ ମହିଳାମାନେ ଏ ସରକାର ବିରୁଦ୍ଧରେ ରଣହୁଙ୍କାର ଦେବେ । ଆଜିର ବିକ୍ଷୋଭ ସମାବେଶ ଜିଲ୍ଲା ସଭାପତିଙ୍କ ସଂଯୋଜନାରେ ହୋଇଥିବା ବେଳେ ନାରୀ ନେତ୍ରୀ ସାଇନ ବେଗମ, ରଂଜିତା ପୁଟେଲ, ଦମୟନ୍ତି ବଘାର, ମୀରା ମଣ୍ଡଳ, ଅସୀତ ମିଶ୍ର, ଚଗଲା ପରିଚ୍ଛା, ମନୀଷ ମିଶ୍ର, ଉମାଶଙ୍କର ପଣ୍ଡା, ସାନନ୍ଦ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନି, ଅଜୟ ବାଲି, ରାମ ମିଶ୍ର, ପ୍ରେମ ମିଶ୍ର, ଅଙ୍କିତ ସାହୁ ପ୍ରମୁଖ ସରକାରଙ୍କର ନାରୀ ନିର୍ଯ୍ୟାତନାକୁ ନେଇ ବର୍ଷିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଯଥା ମହିଳା କଂଗ୍ରେସ, ନଗର କଂଗ୍ରେସ, ସେବାଦଳ, ରାଜୀବଗାନ୍ଧୀ ପଂଚାୟତୀ ରାଜ ସଂଗଠନ, ଯୁବକ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ କମିଟି ଯୋଗଦେଇଥିଲେ ।

Leave A Reply

Your email address will not be published.