oom

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବଲାଙ୍ଗିର ବନ୍ଦ ସଫଳ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଲିଙ୍ଗ ସନସାଇନ କଲେଜ ଅଦ୍ଧ୍ୟକ୍ଷ୍ୟା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ମମିତାଙ୍କ ଅପହରଣ ଖବର ଆସିବା ଦିନଠୁଁ ଅଂଚଳରେ ଅଶାନ୍ତ ପରିବେଶ ଲାଗି ରହିଥିବା ବେଳେ ଆଶଙ୍କା ମୁତାବକ ଘଟଣାରେ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସଂପୃକ୍ତିକୁ ନେଇ ପୋଲିସ ତାଙ୍କୁ ଗିରଫ କରିଥିଲା । କିନ୍ତୁ ତିନି ଦିନ ପରେ ଗୋବିନ୍ଦ ପୋଲିସ ବ୍ୟାରାକରୁ ପଳାଇ ଯାଇଥିବା ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ତାର ଘନିଷ୍ଠତାକୁ ନେଇ ଖବର ଜନସାଧାରଣ ଓ ରାଜନୀତିରେ ନିଆଁ ପରି ବ୍ୟାପିଥିଲା । ଏକା ସଙ୍ଗକୁ ନେତା ଜନତା ଓ ବିଭିନ୍ନ ସଂଗଠନ ତାତି ଉଠିଥିଳେ । ସେହି କ୍ରମରେ ପ୍ରଥମେ ବିଜେପି ଦଳ ଘଟଣାର ଗମ୍ଭୀରତାକୁ ବୁଝି ମମିତାଙ୍କ ନ୍ୟାୟ ପାଇଁ ଟାର୍ଗେଟ କରିଥିଲା ରାଜ୍ୟରେ ଶାସନ କରୁଥିବା ବିଜେଡିକୁ । ବିଗତ ଦିନ ମାନଙ୍କରେ ମିମତା ପରି ଅନେକ ଘଟଣା ଏହି ଦଳ ଚପାଇ ଦେବା ଉଦ୍ୟମ କରିଥିବା ବେଳେ ଅନେକେରେ ସଫଳ ମଧ୍ୟ ହୋଇଥିଲେ ବୋଲି ଅଭିଯୋଗ କରି ମମିତା ମେହେର ଘଟଣାରେ ନ୍ୟାୟ ପାଇବାକୁ ହେଲେ ଘଟଣାର ଅନୁସନ୍ଧାନ ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାକାରୀ ସଂସ୍ଥା ସିବିଆଇକୁ ଦିଆଯିବା ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଥିଲା । ବିଜେପିର ଏହି ଡାକରାକୁ ଏସୟୁସିଆଇ ସମର୍ଥନ କରିବା ସହ ଉଭୟ ପକ୍ଷରୁ ସକାଳୁ ପିକେଟିଂ କରାଯାଇ ଦୋକାନ ବଜାର, ସ୍କୁଲ, କଲେଜ, କଚେରି ବନ୍ଦ କରାଯାଇଥିଲା । ଜନସାଧାରଣ ମଧ୍ୟ ମାଟିର ଝିଅ ମମିତାକୁ ନ୍ୟାୟ ମିଳିବା ଦାବୀରେ ଡକାଯାଇଥିବା ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ଦେଖା ଯାଇଥିଲା । ଫଳରେ ସହରରେ ଦୋକାନ, ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ଡାକଘର, କଚେରି ସବୁ ବନ୍ଦ ରହିଥିଲା ।

jittmm
Leave A Reply

Your email address will not be published.