ମମିତାଙ୍କୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନସାଇନ ପବ୍ଲିକ ସ୍କୁଲର ମାଲିକ ତଥା ମମିତା ମେହେର ନିଖୋଜ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ କରାଯାଇଛି । ଆଜି ତାକୁ ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଜେ.ଏମ୍‌.ଏଫ୍‌.ସି କୋର୍ଟକୁ ନିଆଯାଇଥିବା ବେଳେ କୋର୍ଟରେ ହାଜର ପରେ ବଲାଙ୍ଗିର ପୁଲିସ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି । ତେବେ ସୁରକ୍ଷାଗତ ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ଟିମ ଗୋବିନ୍ଦ ସାହୁକୁ ନେଇ ଯାଇଛନ୍ତି । ଆଶ୍ଚର୍ଯ୍ୟର କଥା, ରିମାଣ୍ଡ ପରେ ଆଜି ପୁଲିସ ଅଟକମାନଙ୍କୁ ନେଇ ସିନ୍‌ ରିକ୍ରିୟେସନ କରିପାରେ । ଅପରପକ୍ଷେ, ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଏବଂ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫେରାର କରାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବୀରେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବଲାଙ୍ଗିର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂଦେଓ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୃତି ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ନିରୋଜ ନଳିନୀ ମହାଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଞ୍ଜିତା ପାଣିଗ୍ରାହୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ରାଜ୍ୟ ମିଡ଼ିଆ ସଂଯୋଜକ ସୁଚରିତା ଜେନାମଣି, ଫିରୋଜା ବିବି, ଶୈଳବାଳା ବାଗ, ବନଶ୍ରୀ ଆଚାର୍ଯ୍ୟ, କଲ୍ୟାଣୀ ଆଡବାଙ୍କ, ରଶ୍ମିରେଖା ଦାନୀ, ଅନୁସୟା ବେଜ, ଛନ୍ଦା ରାଣୀ ନାୟକ, ସସ୍ମିତା ବେହେରା, ସରିତା ଯୋଶୀ, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଅନନ୍ତ ଦାଶ, ଗୋପାଳଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ, ଲକ୍ଷ୍ମଣ ବାଗ, ଚିତ୍ତ ମିଶ୍ର, ମାଧବ ସାଏ, ରାଜକିଶୋର ନାୟକ, ଦୀନେଶ ଶର୍ମା, ସୁଶାନ୍ତ ଦାଶ, ନରସିଂ ସିଂ, ପିତାମ୍ବର ଖମାରୀ, ଅଜୟ ଶର୍ମା, ଅନିଲ ନାୟକ, ସୁନୀଲ ମିଶ୍ର, ପ୍ରେମିତ ନାଗ, ରଶ୍ମି ରଞ୍ଜନ ବାରିକ, ସନ୍ତୋଷ ସାହୁ, ସନ୍ତୋଷ ଦାଶ, ଭୋଳାନାଥ ସାହୁ, ସୁଦିପ ସା, ଲଳିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.