csstore

ଅସହାୟର ବନ୍ଧୁ ସାଜି ସସମ୍ମାନର ସହିତ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ପଡି ରହିଥିବା ଦୁଇଜଣ ଅସହାୟ ଅଜଣା ରୋଗୀଙ୍କ ପାଖକୁ କେହି ନ ଆସିବାରୁ ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇ ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ଶ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ । ସଂଗଠନର ଏଭଳି ମହତ କାମ ପାଇଁ ସଂଗଠନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଏଥିରେ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ନିତ୍ୟାନନ୍ଦ ଷଡଙ୍ଗୀ, ଅଜୟ ନାଗ, ଲିଙ୍କନ ସେଠ, ରବିନ୍ଦ୍ର ପଧାନ, ବୁଲୁ ପାଣ୍ଡେ, ତାରଜନ ବାରିକ, ବିବେକ କୁମ୍ଭାର, ବିଭୁତି ଭୂଷଣ ମିଶ୍ର, କବିର ବସ୍ତିଆ, ବଣ୍ଟୁ ବଗର୍ତ୍ତୀ, ପ୍ରୀତମ କଲତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.