csstore

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କୋଶଲ ଯୁବ ସମନ୍ୱୟ ସମିତି ତରଫରୁ ସିନ୍ଧେକେଲାରେ ବିକ୍ଷୋଭ ପ୍ରଦର୍ଶନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କୋଶଲ ଯୁବ ସମନ୍ୱୟ ସମିତି ତରଫରୁ ମମିତାଙ୍କ ଗାଁ ଝରନିରୁ ବଲାଙ୍ଗିର ପଦଯାତ୍ରାରେ ବାହାରି ସିନ୍ଧେକେଲା ମୁଖ୍ୟ ରାସ୍ତା ଏବଂ ଥାନା ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେବା ସହ ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ଏବଂ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ କୋଶଳ ଯୁବ ସମନ୍ୱୟ କମିଟିର ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରୀ, ରଞ୍ଜନ ଖୁଆସ, ଜନାର୍ଦ୍ଦନ ସିଂହ, ଗଜପତି ସାହୁ, ହରେକୃଷ୍ଣ ରଣା, ହରେଶ ବଗର୍ତ୍ତି, ହେମନ୍ତ ସାହୁ, ନୌରାଜ ରଣା, ଜୟନ୍ତ ସାହୁ, ନରେଶ ସାହୁ, ଉଦିତ ନାରାୟଣ ପଣ୍ଡା, ବାବୁଲାଲ ପୁଟେଲ, ଦିନେଶ ତାଣ୍ଡି ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.